ହୋଲି ପୂର୍ବରୁ ଫୁଟିଲା ଗୁଳି

ପୁରୀ: ହୋଲି ପୂର୍ବରୁ ପୁରୀ ଜିଲ୍ଲା ସତ୍ୟବାଦୀ ଅଞ୍ଚଳରେ ଗୁଳାମାଡ ହୋଇଛି। ତେବେ ଗୁଳିମାଡରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ନାମ ଭାସ୍କର ବେହେରା। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ମିଳିଥିବା ସୂଚନା ଅନୁସାରେ, ରବିବାର ଦିନ ବିଳମ୍ବିତ ରାତିରେ କୌଣସି କାମରେ ଘରୁ ବାହାରିଥିଲେ। କିନ୍ତୁ ବଡକାଞ୍ଜିଆ ଛକ ନିକଟରେ କେହି ଦୁର୍ବୃତ୍ତ ଭାସ୍କରଙ୍କୁ ଗୁଳିମାଡ କରିଥିଲେ। ଗୁଳିମାଡରେ ଭାସ୍କରଙ୍କ ମୃତ୍ୟୁ ହୋଇଛି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଗୁଳିମାଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି। ସେହିପରି ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍ ଟିମ୍କୁ ମଧ୍ୟ ଘଟଣାସ୍ଥଳକୁ ପଠାଯିବ ବୋଲି ସୂଚନା ମିଳିଛି । ତେବେ ପ୍ରଶ୍ନ ଉଠୁଛି ଭାସ୍କରଙ୍କୁ ବିଳମ୍ବିତ ରାତିରେ କଣ ପାଇଁ ଗୁଳିମାଡ କରାଗଲା। ବିଭିନ୍ନ ଦିଗରୁ ତଥ୍ୟ ସଂଗ୍ରହ କରି ପୋଲିସ ତଦନ୍ତ ଜାରି ରଖିଛି ।
Comments are closed.