Odisha Link
Bridging the Missing Links in Odisha

୧୧କେଭି ତାର ସଂସ୍ପର୍ଶରେ ଆସି ଟ୍ରିପର ଡ୍ରାଇଭର ମୃତ

ମୁନିଗୁଡା: ଟିପର ଗାଡ଼ି ପାର୍କି ସମୟରେ ଉପର ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଡ୍ରାଇଭର ମୃତ। ମୁନିଗୁଡା ଥାନା ଦେଓକୁପୁଲି ନିକଟରେ ଘଟିଛି ଘଟଣା। ରବିବାର ଦିନ କାମ ସାରି କ୍ରସର ପରିସରରେ ଟିପର ପାର୍କି ସମୟରେ ଘଟିଛି ଘଟଣା। ଟିପର ପର୍କିଙ୍ଗ ବେଳେ ଉପର ଦେଇ ଯାଇଥିବା ବିଦ୍ୟୁତ ତାର ବିଷୟରେ ଡ୍ରାଇଭର ଜାଣିପାରିନଥିଲେ। ଗାଡିର ଡାଲା ଉପରକୁ ଉଠାଇ ଦେବାରୁ କେବିନ୍ ୧୧କେଭି ତାର ସଂସ୍ପର୍ଶରେ ଆସି ଟିପରରେ ନିଆଁ ଲାଗିଯାଇଥିଲା।
ଟିପରରେ ବିଦ୍ୟୁତ ଚାର୍ଜ ହୋଇ ଯାଇଥିଲା। ତେବେ ଗୁରୁତର ଅବସ୍ଥାରେ ଡ୍ରାଇଭରଙ୍କୁ ମୁନିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି। ଅପର ପକ୍ଷେ ଅଗ୍ନିଶମ ବାହିନୀ ଘଟଣା ପହଞ୍ଚି ନିଆଁ ଲିଭେଇଛନ୍ତି। ମୁନିଗୁଡା ପୋଲିସ ପହଞ୍ଚି ଘଟଣାକ ତଦନ୍ତ ଜାରି ରଖିଛନ୍ତି ।

Comments are closed.