ଆଇସିସିର ଶ୍ରେଷ୍ଠ ଟି-୨୦ ଦଳରେ ଭାରତର ଏହି ଖେଳାଳି

ଦୁବାଇ: ରବିବାର ୫ମ ଥର ପାଇଁ ମହିଳା ଟି-୨୦ ବିଶ୍ବକପ୍ ଟ୍ରଫି ହାତେଇଛି ଅଷ୍ଟ୍ରେଲିଆ ମହିଳା ଦଳ। ଫାଇନାଲ ମୁକାବିଲାରେ ପ୍ରଥମଥର ଟି-୨୦ ମହିଳା ବିଶ୍ୱକପ ଫାଇନାଲ ଖେଳିଥିବା ଟିମ୍ ଇଣ୍ଡିଆ ୮୫ ରନ୍ରେ ଅଷ୍ଟ୍ରେଲିଆ ଠାରୁ ପରାସ୍ତ ହୋଇଥିଲା।
ମହିଳା ଟି-୨୦ ବିଶ୍ୱକପ ଶେଷ ହେବା ପରେ ଆଇସିସି ତା’ର ଶ୍ରେଷ୍ଠ ଏକାଦଶ ବାଛିଛି। ତେବେ ଆଇସିସିର ବିଶ୍ୱକପ ଏକାଦଶରେ ଏକ ମାତ୍ର ଭାରତୀୟ ଭାବେ ଲେଗ ସ୍ପିନର ଭାବେ ପୁନମ ଯାଦବ ସ୍ଥାନ ପାଇଛନ୍ତି। ସେହିପରି ଭାରତର ୧୬ ବର୍ଷୀୟ ଓପନର ଶେଫାଳି ବର୍ମା ୧୨ତମ ଖେଳାଳି ଭାବେ ଆଇସିସି ତାଲିକାରେ ରହିଛନ୍ତି।
Introducing your Women's #T20WorldCup 2020 Team of the Tournament 🌟 pic.twitter.com/Eb4wQUc7Ls
— T20 World Cup (@T20WorldCup) March 9, 2020
ଭାରତର ପୁନମ ଯାଦବ ୫ଟି ମ୍ୟାଚ୍ ଖେଳି ୧୦ଟି ୱିକେଟ ଦଖଲ କରିଛନ୍ତି। ସେ ୧୧.୯୦ ହାରରେ ରନ୍ ବ୍ୟୟ କରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ମ୍ୟାଚ୍ରେ ପୁନମ ୪ଟି ୱିକେଟ ଦଖଲ କରିଥିଲେ। ସେହିପରି ଶେଫାଳି ବର୍ମା ୧୫୮.୨୫ ହାରରେ ୧୬୩ ରନ୍ କରିଛନ୍ତି। ତାଙ୍କୁ ଆଇସିସି ୧୨ତମ ଖେଳାଳି ଭାବେ ଚୟନ କରିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଆଇସିସିର ବିଶ୍ୱକପ ଏକାଦଶରେ ଚାମ୍ପିୟନ ଅଷ୍ଟ୍ରେଲିଆର ୫ ଜଣ ଖେଳାଳି ରହିଛନ୍ତି। ୨୦୧୮ ଟି-୨୦ ବିଶ୍ୱକପ ବି ଅଷ୍ଟ୍ରେଲିଆ ଜିତିଥିଲା। ଏଥର ମଧ୍ୟ ଦଳ ୫ମଥର ପାଇଁ ଚାମ୍ପିୟନ ହୋଇଛି।
ଅଷ୍ଟ୍ରେଲିଆର ଅଲିସା ହିଲୀ, ବେଥ ମୁନୀ, ମେଗ ଲାନିଙ୍ଗ, ଜେସ ଜୋନାସେନ ଓ ମେଗନା ସ୍କୁଟ ଆଇସିସି ବିଶ୍ୱକପ ଏକାଦଶରେ ରହିଛନ୍ତି। ଏମାନଙ୍କ ବ୍ୟତୀତ ଇଂଲଣ୍ଡର ୪ ଖେଳାଳିଙ୍କୁ ଆଇସିସି ତା’ ଟିମ୍ରେ ସ୍ଥାନ ଦେଇଛି। ସେମାନେ ହେଲେ ହେଥର ନାଇଟ, ନାଟ ସ୍କିଭର, ସୋଫିଆ ଏସ୍କେଲଷ୍ଟୋନ, ଅନୟା ଶୁରଭସୋଲ। ଦକ୍ଷିଣ ଆଫ୍ରିକାର ୨୦ ବର୍ଷୀୟ ଲାଉରା ୱଲଭାରଡ୍ଟ ଆଇସିସି ଏକାଦଶରେ ରହିଛନ୍ତି। ପାକିସ୍ତାନ, ଶ୍ରୀଲଙ୍କା, ପାକିସ୍ତାନ ଓ ୱେଷ୍ଟଇଣ୍ଡିଜର କୌଣସି ଖେଳାଳିଙ୍କୁ ଆଇସିସି ତା’ର ବିଶ୍ୱକପ ଏକାଦଶରେ ସ୍ଥାନ ଦେଇନାହିଁ। ଆଇସିସି ପାଇଁ ଏହି ବିଶ୍ୱକପ ଏକାଦଶ ଇଆନ ବିଶୋପ, ଅଞ୍ଜୁମ ଚୋପ୍ରା ଓ ଲିସା ସାଥଲେକା, ସାମ୍ବାଦିକ ରାଫ ନିଚୋଲସନ ଏବଂ ଆଇସିସିର ପ୍ରିତିନିଧି ହୋଲି କୋଲଭିନ ମିଳିତ ଭାବେ ବାଛିଛନ୍ତି।
ଆଇସିସି ଟ-୨୦ ଦଳ: ଅଲିସା ହିଲୀ, ବେଥ ମୁନୀ, ମେଗ ଲାନିଙ୍ଗ, ଜେସ ଜୋନାସେନ, ମେଗନା ସ୍କୁଟ, ହେଥର ନାଇଟ, ନାଟ ସ୍କିଭର, ସୋଫିଆ ଏସ୍କେଲଷ୍ଟୋନ, ଅନୟା ଶୁରଭସୋଲ, ପୁନମ ଯାଦବ, ଲାଉରା ୱଲଭାରଡ୍ଟ ଓ ଶେଫାଳି ବର୍ମା
Comments are closed.