ବିହାରରେ ପୋଷ୍ଟର ଲଗାଇ ନିଜକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲେ ଏହି ମହିଳା, ଜାଣନ୍ତୁ କିଏ?
ପାଟନା: ଚଳିତ ବର୍ଷ ବିହାରରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ। ହେଲେ ଚଳିତ ନିର୍ବାଚନ ରୋଚକ ରୂପ ନେବାକୁ ଯାଉଛି। ଲଣ୍ଡନରେ ରହୁଥିବା ଜଣେ ବିହାର ଯୁବତୀ ନିଜକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛନ୍ତି। ଏହି ଯୁବତୀଙ୍କ ନାମ ପୁଷ୍ପମ୍ ପ୍ରିୟା ଚୌଧୁରୀ ବୋଲି ଜଣାପଡ଼ିଛି।
ବିହାରର ଦରଭଙ୍ଗାର ଏହି ଯୁବତୀଙ୍କ ବାପା ବିନୋଦ ଚୌଧୁରୀ ଜଣେ ଜେଡିୟୁ ନେତା। ସେ ବିଭିନ୍ନ ହିନ୍ଦୀ ଏବଂ ଇଂରାଜୀ ଖବର କାଗଜରେ ଆଜି ବିଜ୍ଞାପନ ଦେଇଛନ୍ତି। ରବିବାର ପ୍ରକାଶିତ ଏହି ବିଜ୍ଞାପନରେ ସେ ଲେଖିଛନ୍ତି, ‘ପ୍ଲୁରାଲ୍ସ ହାଜ୍ ବିନ୍ ଆରାଇଭ୍ଡ’।
Bihar needs pace, Bihar needs wings, Bihar needs change. Because Bihar deserves better and better is possible. Reject bullshit politics, join Plurals to make Bihar run and fly in 2020. #PluralsHasArrived #ProgressiveBihar2020 pic.twitter.com/GiQU00oiJv
— Pushpam Priya Choudhary (@pushpampc13) March 8, 2020
ନିଜ ପରିଚୟ ସ୍ୱରୂପ ସେ ‘ପ୍ଲୁରାଲ୍ସ’ର ଅଧ୍ୟକ୍ଷ ଦର୍ଶାଇଛନ୍ତି। ଏଥିରେ ସେ ଆହ୍ୱାନ ଦେଇଛନ୍ତି, ଆପଣ ବିହାରକୁ ଭଲ ପାଆନ୍ତି, କିନ୍ତୁ ରାଜନୀତିକୁ ଘୃଣା କରନ୍ତି କି? ତାହାଲେ ସବୁଠାରୁ ଅଧିକ ପ୍ରଗତିଶୀଳ ପାର୍ଟିରେ ଯୋଗ ଦିଅନ୍ତୁ। ସେ କହିଛନ୍ତି, ବିହାରକୁ ଆହୁରି ଭଲ କରାଯାଇ ପାରିବ, ବିହାରର ଆହୁରି ଭଲ ହେବ। ଏଥିପାଇଁ ତାଙ୍କ ସହ ଯୋଗ ଦେବାକୁ ସେ କହିଛନ୍ତି। ବିହାରକୁ ଡେଣା ଦରକାର ଏବଂ ୨୦୨୦ରେ ବିହାର ନିଶ୍ଚୟ ଉଡ଼ିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।
ସେ କିଛି ଖବରକାଗଜରେ ବିଜ୍ଞାପନ ଦେଇ ଏଭଳି ଅଭିନବ ଘୋଷଣା କରିଛନ୍ତି। ଏଥିରେ କିଛି ବାର୍ତ୍ତା ଦେବା ସହ ଏକ ନମ୍ବର ଦେଇଛନ୍ତି, ଯେଉଁଥିରେ ଲୋକେ ମିସକଲ୍ ଦେଇ ତାଙ୍କ ସହ ଯୋଗ ଦେଇପାରିବେ।
Comments are closed.