କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ବିରୋଧରେ ଥାନାରେ ଏତଲା
ବାଲେଶ୍ବର: କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ବିରୋଧରେ ଥାନାରେ ଏକ ମାମଲା ରୁଜୁ ରୁଜୁ ହୋଇଛି। ୨୦୧୯ ସାଧାରଣ ନିର୍ବାଚନ ବେଳେ ଶ୍ରୀ ଷଡ଼ଙ୍ଗୀ ନାମାଙ୍କନ ସମୟରେ ମିଥ୍ୟ ସତ୍ୟପାଠ ଦେଇଥିବା ନେଇ ଏତଲା ହୋଇଛି।
ବାଲେଶ୍ବର ଜିଲ୍ଲା ବରହମପୁର ଥାନାରେ ଫେବ୍ରୁଆରୀ ୨୭ ତାରିଖରେ ଭଗବାନ ସାହୁ ନାମକ ଜଣେ ସ୍ଥାନୀୟ ମତଦାତା ଏହି ଅଭିଯୋଗ ଆଣିଛନ୍ତି। ଅଭିଯୋଗରେ ୭୦ ବର୍ଷ ବୟସ୍କ ଶ୍ରୀ ସାହୁ ଦର୍ଶାଇଛନ୍ତି ଯେ ମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀଙ୍କ ନାମରେ ସିଟି-୭୭୯/୨୦୦୯ କେସ୍ ନମ୍ବରରେ ଏକ ଆପରାଧିକ ମାମଲା ରହିଛି। ତେବେ ଏହାକୁ ସେ ସତ୍ୟପାଠରେ ଲୁଚାଇଛନ୍ତି ବୋଲି ଅଭିଯୋଗକାରୀ ଏତଲାରେ ଉଲ୍ଲେଖ କରିଛନ୍ତି। ଅନୁରୂପ ଭାବେ ସରକାରଙ୍କର ଶ୍ରୀ ଷଡ଼ଙ୍ଗୀଙ୍କ ପାଖରେ ୬୬,୨୯୬ ଟଙ୍କା ଘରଭଡ଼ା ବାକି ରହିଛି ଓ ଏ ବାବଦରେ ମନ୍ତ୍ରୀ କିଛି ଉଲ୍ଲେଖ କରିନଥିବା ଅଭିଯୋଗ ହୋଇଛି। ଏହା ଭିନ୍ନ ମନ୍ତ୍ରୀ ସମ୍ପତ୍ତି ବିବରଣୀ ମଧ୍ୟ ଲୁଚାଇଛନ୍ତି ବୋଲି ଅଭିଯୋଗକାରୀ ଶ୍ରୀ ସାହୁ ଦର୍ଶାଇଛନ୍ତି।
Comments are closed.