ନିର୍ଦ୍ଦେଶକ ସୁଭାଷଙ୍କ ପାଇଁ ନିଜ ହାତ କାଟିଲେ ସୋନିକା
ମୁମ୍ବାଇ : ବଲିଉଡର ପ୍ରଖ୍ୟାତ ନିର୍ଦ୍ଦେଶକ ଓ ନିର୍ମାତା ହେଉଛନ୍ତି ସୁଭାଷ ଘାଇ। ସେ ଅନେକ ସିନେମାରେ ନିଜର ନିର୍ଦ୍ଦେଶନା ଦେଇଛନ୍ତି । ତଥା କର୍ମା’, ‘ରାମ୍ ଲଖନ୍’, ‘ମେରି ଜଙ୍ଗ୍’, ‘ଖଲ୍ନାୟକ’, ‘ସୌଦାଗର’, ‘ତାଲ୍’ ଓ ‘ଐତରାଜ୍’ ଭଳି ସିନେମା ସେ ତିଆରି କରିଛନ୍ତି । ତାଙ୍କର ଶାନ୍ତ ସ୍ୱଭାବ ଯୋଗୁ ସିନେଜଗତରେ ପ୍ରାୟ ସମସ୍ତେ ପସନ୍ଦ କରନ୍ତି ।
ସୁଭାଷଙ୍କ ସମ୍ପର୍କରେ ଏକ ବଡ ଖୋଲାସା ହୋଇଛି ତାଙ୍କ ପାଇଁ ଏକ ବଲିଉଡି ଅଭିନେତ୍ରୀ ନିଜ ହାତକୁ କାଟି ଦେଇଥିଲେ ।
ପୁରା ଘଟଣାଟି ହେଲା , ତାଙ୍କ ନିର୍ଦେଶିତ ସିନେମା ‘ରାମ୍ ଲଖନ୍’ର ଶୁଟିଂ ସମୟରେ ଏହି ଘଟଣା ଟି ଘଟିଥିଲା । ସିନେମାଟି ଜ୍ୟାକି ଶ୍ରଫ୍, ଡିମ୍ପଲ କପାଡ଼ିଆ, ଅନୀଲ କପୁର, ମାଧୁରୀ ଦୀକ୍ଷିତ୍, ରାକ୍ଷୀ, ଅମରିଶ ପୁରୀ, ପରେଶ ରାୱଲ ଓ ଅନୁପମ୍ ଖେର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।
ଏମାନଙ୍କ ବ୍ୟତୀତ ଆଉ ଜଣେ ଅଭିନେତ୍ରୀ ସୋନିକା ଗିଲ୍ ମଧ୍ୟ ଏଥିରେ ଅଭିନୟ କରିଥିଲେ । ଏହା ପୂର୍ବରୁ ସେ କେବଳ ବି-ଗ୍ରେଡ୍ ସିନେମାରେ ହିଁ କାମ କରିଥିଲେ । ତେଣୁ ଏହି ସିନେମା ମାଧ୍ୟମରେ କ୍ୟାରିୟର ଗଢ଼ିବାକୁ ତାଙ୍କ ପାଖରେ ଏକ ବଡ଼ ସୁଯୋଗ ଥିଲା ।
କିନ୍ତୁ ସେ ସୁଭାଷଙ୍କ ମୁତାବକ୍ ସଟ୍ ଦେଇପାରୁ ନ ଥିଲେ। ତେଣୁ ସୁଭାଷ ତାଙ୍କ ଉପରେ ବାରମ୍ବାର ବିରକ୍ତ ହେଉଥିଲେ ଓ ସର୍ବସମ୍ମୁଖରେ ଗାଳି ମଧ୍ୟ କରୁଥିଲେ। ଫଳରେ ସୋନିକା ବହୁତ ଚିଡ଼ିଯାଉଥିଲେ ଓ ଚିନ୍ତାରେ ରହୁଥିଲେ।
ସିନେମାର ଶୁଟିଂ ଶେଷ ହେବା ପରେ ଏହାର ରାପ୍ଅପ୍ ପାର୍ଟିରେ ମଧ୍ୟ ଉଭୟଙ୍କ ଭିତରେ ପ୍ରବଳ ଝଗଡ଼ା ହୋଇଥିଲା । ଏହା ପରେ ସୋନିକାଙ୍କୁ ଲାଗିଲା ଯେ ସୁଭାଷ ଜାଣିଶୁଣି ତାଙ୍କୁ ସମସ୍ତଙ୍କ ସାମ୍ନାରେ ଅପମାନିତ କରୁଛନ୍ତି । ତେଣୁ ସେ ବହୁତ ରାଗି ଯାଇଥିଲେ । ଏହା ପରେ ସେ ନିଜ ହାତ କାଟି ଦେଇଥିଲେ ।
ଏ କଥା ସାମ୍ନାକୁ ଆସିବା ପରେ ଯେତେବେଳେ ସୋନିକାଙ୍କୁ ଏହା ବିଷୟରେ ପଚରଗଲା ସେ କିଛି କହି ନ ଥିଲେ। ଅନ୍ୟପକ୍ଷରେ ସୁଭାଷ କିନ୍ତୁ ମାନିଥିଲେ ଯେ ସୋନିକା ହାତ କାଟି ଦେଇଥିଲେ। ହେଲେ ଏହା ସୋନିକାଙ୍କ ବ୍ୟକ୍ତିଗତ ସମସ୍ୟା ବୋଲି ସେ କହିଥିଲେ।
Comments are closed.