ନ୍ୟୁଜ୍ ୭ ଛାଡ଼ିଲେ ଅର୍ଦ୍ଧେନ୍ଦୁ ଦାସ
ଭୁବନେଶ୍ବର: ରାଜ୍ୟର ଜଣାଶୁଣା ଗଣମାଧ୍ୟମ ସଂସ୍ଥା ନ୍ୟୁଜ୍ ୭ର ପ୍ରତିଷ୍ଠାତା ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ ଛାଡ଼ିଲେ ନ୍ୟୁଜ୍ ୭। ଆଜି ଏ ନେଇ ନିଜେ ସୋସିଆଲ ମଡିଆରେ ପୋଷ୍ଟ କରିଛନ୍ତି ଅର୍ଦ୍ଧେନ୍ଦୁ ଦାସ। ସେ ସୋଶିଆଲ ମିଡିଆରେ କହିଛନ୍ତି ଯେ, ସାଢେ ନଅ ବର୍ଷର ଯାତ୍ରାରେ ପୂର୍ଣ୍ଣଚ୍ଛେଦ। ନ୍ୟୁଜ୭ ସହ ଦଶନ୍ଧିର ସଂପର୍କ ଶେଷ ହୋଇଛି। ଏ ସମୟ ମୋ ଲାଗି ଖୁବ୍ ଆବେଗପୂର୍ଣ୍ଣ ଓ ସଫଳ ଥିଲା ବୋଲି କହିବି।
ଆହୁରି କହିଛନ୍ତି ଯେ, ମୋର କାର୍ଯ୍ୟକାଳ ସମୟରେ ନ୍ୟୁଜ ୭କୁ ସବୁବେଳେ ସାଧାରଣ ଲୋକଙ୍କ ସ୍ୱର ସଜାଇବାକୁ ଚେଷ୍ଟା କରିଛି। ତେବେ, ପ୍ରତିଷ୍ଠାତା ସମ୍ପାଦକ ହିସାବରେ ମୋର ଦାୟିତ୍ୱକୁ କେମିତି ତୁଲାଇପାରିଛି, ତାହା ଦର୍ଶକ ହିଁ ନିର୍ଦ୍ଧାରଣ କରିବେ। ସବୁ ସଫଳତାର ଶ୍ରେୟ ମୁଁ ନ୍ୟୁଜ୭ର ପୂରା ଟିମ୍, ରାଜ୍ୟବାସୀଙ୍କୁ ଦେବି।କୌଣସି ବିଫଳତା ଲାଗି ଲିଡର ଭାବେ ନିଜକୁ ଦାୟୀ କରିବି। ମୋତେ ସହଯୋଗ କରିଥିବା, ଭଲ ପାଇବା ଦେଇଥିବା, ସମାଲୋଚନା କରିଥିବା ସମସ୍ତଙ୍କୁ କୃତଜ୍ଞତା।
Comments are closed.