Odisha Link
Bridging the Missing Links in Odisha

ମ୍ୟୁନିସିପାଲିଟି କାର୍ଯ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ

ମାଲକାନଗିରି : ମାଲକାନଗିରି ମ୍ୟୁନିସିପାଲିଟି କାର୍ଯ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ଅଗ୍ନିକାଣ୍ଡ ଫଳରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପୋଡି ନଷ୍ଟ ହୋଇଯାଇଛି । କାର୍ଯ୍ୟାଳୟରେ ଥିବା ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ମଧ୍ୟ ପୋଡି ଜଳି ନଷ୍ଟ ହୋଇଯାଇଛି ।
ନିଆଁ ଲିଭା କାର୍ଯ୍ୟରେ ୪ଟି ଦମକଳ ବାହିନୀ ନିୟୋଜିତ ହୋଇଛନ୍ତି । ନିଆଁ ଲାଗିବାର କାରଣ ଜଣାପଡି ନାହିଁ। ତେବେ ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।

Comments are closed.