ମାଉସୀକୁ ହାଣିଲା ପୁତୁରା

ରାଇରଙ୍ଗପୁର: ପୁତୁରାର କୁରାଢି ଚୋଟରେ ମାଉସୀର ମୃତ ହୋଇଛି। ମୁଣ୍ଡରେ ବାରମ୍ବାର ଅତି ନୃଶଂସ ଭାବେ ହତ୍ୟା କରିଛି ପୁତୁରା। ଏଭଳି ଏକ ଅମାନବୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ବହଳଦା ଥାନା ଡକଡିହା ଗ୍ରାମରେ।
ମିଳିଥିବା ସୂଚନା ଅନୁସାରେ, ଗତ ମଙ୍ଗଳବାର ଦିନ କାନ୍ଦ୍ରା ନାଏକ ମାମୁଁ ଘରକୁ ଆସିଥିଲେ। ତେବେ ବୁଧବାର ରାତିରେ ଖାଇ ସାରିବା ପରେ ମାମୁଁ ଘର ଲୋକେ ଶୋଇଥିବା ବେଳେ କାନ୍ଦ୍ରା ତାଙ୍କ ମାଉସୀଙ୍କୁ କୁରାଢ଼ିରେ ନୃଶଂସ ଭାବେ ହତ୍ୟା କରିଥିଲା । ମୃତ ମାଉସୀ ହେଲେ ଯାଉନି ନାଏକ। ହତ୍ୟା କରିବା ପୂର୍ବରୁ ଘର ଗୁଡିକରେ ବାହାର ପଟୁ ଶିକୁଳି ମାରିଦେଇଥିବାରୁ ହତ୍ୟା କରିବା ବେଳେ କେହି ଅଟକାଇ ପାରିନଥିଲେ।
ସକାଳୁ ଗାଁ ଲୋକେ ଆସିବାରୁ ସମସ୍ତଙ୍କୁ ଜୀବନରୁ ମାରି ଦେବା ନେଇ କହି ହାତରେ କୁରାଢ଼ୀ ଓ ଟାଙ୍ଗିଆ ଧରି ଗୋଡାଇଥିଲେ। ତେବେ ଏହାକୁ ନେଇ ସକାଳୁ ଗାଁରେ ଆତଙ୍କ ଖେଳି ଯାଇଥିଲା। ପୋଲିସ ଘଟଣାସ୍ଥଳରେ ପହଁଚି ଅଭିଯୁକ୍ତ ପୁତୁରାକୁ ଗିରଫ କରିଛି। ତା ନିକଟରୁ ଏକ କୁରାଢ଼ୀ ଓ ଟାଙ୍ଗିଆ ମଧ୍ୟ ଜବତ କରିଛି ପୋଲିସ। ହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ମୃତଦେହ ଜବତ କରିବା ସହ ଅଧିକ ତଦନ୍ତ ଚଳାଇଛି ପୋଲିସ। ଅନ୍ୟପଟେ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ବାରିପଦାରୁ ଆସୁଥିବା ଜଣାପଡିଛି।
Comments are closed.