ସୁଧ ଲୋଭରେ ୟେସ ବ୍ୟାଙ୍କରେ ଟଙ୍କା!
![](https://www.odishalink.com/wp-content/uploads/2020/03/niranjan-pujari-1.jpg)
ଭୁବନେଶ୍ୱର: ୟେସ ବ୍ୟାଙ୍କରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମା ହୋଇଥିବା ୫୪୫ କୋଟି ଟଙ୍କାର ଭବିଷ୍ୟତ ନେଇ ଗତ କିଛି ଦିନ ହେଲା ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଛି। ଏହାକୁ ନେଇ ବିଧାନସଭାର ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ଦିନ ଅର୍ଥାତ ବୁଧବାର ହୁଲସ୍ତୁଲ ହୋଇଥିଲା। ବିରୋଧୀଙ୍କ ତୀବ୍ର ଭର୍ତ୍ସନା ଓ ହୋହଲ୍ଲା ଭିତରେ ଗୃହ କାର୍ଯ୍ୟ ସମ୍ଭବ ହୋଇନଥିଲା । ପୂରା ଦିନ ବିଧାନସଭା ଅଚଳ ହୋଇଯାଇଥିଲା।
ତେବେ ବିଧାନସଭାର ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟର ଦ୍ୱିତୀୟ ଦିନ ଅର୍ଥାତ ଗୁରୁବାର ୟେସ ବ୍ୟାଙ୍କରେ ଜଗନ୍ନାଥଙ୍କ ଟଙ୍କା ନେଇ ଉତ୍ତର ରଖିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ସର୍ବାଧିକ ସୁଧ ପାଇଁ ୟେସ ବ୍ୟାଙ୍କରେ ଟଙ୍କା ରଖାଯାଇଥିବା ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି।
ତାଙ୍କ ସୂଚନା ଅନୁଯାୟୀ ଅର୍ଥ ଜମା ପୂର୍ବରୁ ମନ୍ଦିର ପ୍ରଶାସନ ଦ୍ୱାରା ବ୍ୟାଙ୍କ ଚୟନ କରାଯାଇଥିଲା। କୋଟେସନ ମାଧ୍ୟମରେ ସିଡୁ୍ୟଲ ବ୍ୟାଙ୍କ ଠାରୁ ପ୍ରସ୍ତାବ ଆହ୍ୱାନ ହୋଇଥିଲା। ୧୨ଟି ବ୍ୟାଙ୍କ ପ୍ରସ୍ତାବ ଦେଇଥିଲେ। ତନ୍ମଧ୍ୟରୁ ୟେସ ବ୍ୟାଙ୍କ ସୁଧ ସର୍ବାଧିକ ୮.୬୧ ପ୍ରତିଶତ ଥିଲା। ୟେସ ବ୍ୟାଙ୍କର ସୁଧହାର ସର୍ବାଧିକ ଥିବାରୁ ବର୍ଷକ ପାଇଁ ଟଙ୍କା ଜାମା ହୋଇଥିଲା ବୋଲି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି।
Comments are closed.