ଭାରତରେ କରୋନା; ସଂକ୍ରମିତଙ୍କ ସଂଖ୍ୟା ୭୩କୁ ବୃଦ୍ଧି
![](https://www.odishalink.com/wp-content/uploads/2020/01/corona-virus-11.jpg)
ନୂଆଦିଲ୍ଲୀ : ଦିନକୁ ଦିନ ଭାରତରେ କରୋନା ଭାଇରସ ଏହାର କାୟା ବିସ୍ତାର କରିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୩କୁ ବୃଦ୍ଧି ପାଇଛି। ଗତକାଲି ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୦ ଥିବା ବେଳେ ଆଜି ଆଉ ୧୩ଟି ନୂଆ କରୋନା ସଂକ୍ରମିତ ରୋଗୀ ସାମ୍ନାକୁ ଆସିଛନ୍ତି।
ବିଶ୍ୱରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୨୬,୪୨୭ ଥିବା ବେଳେ ମୃତ୍ୟୁସଂଖ୍ୟା ୪୬୩୬କୁ ପହଞ୍ଚିିଛି। ଇଟାଲି, ଇରାନ, ଆମେରିକା, ଜର୍ମାନି ଆଦିରେ କରୋନା ସଂକ୍ରମଣ ସଂଖ୍ୟା ଦ୍ରୁତ ଗତିରେ ବଢଉଥିବାରୁ ଗତକାଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁ.ଏଚ.ଓ) କରୋନାକୁ ବିଶ୍ବ ମହାମାରୀ ଘୋଷଣା କରିଛି।
ଏଥିସହ ଇରାନରେ ପ୍ରାୟ ୬ ହଜାର ଭାରତୀୟ ଫସିଥିବା ନେଇ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର ଲୋକସଭାରେ ଘୋଷଣା କରିଛନ୍ତି। ସେମାନଙ୍କ ମଧ୍ୟରୁ ମହାରାଷ୍ଟ୍ର ଓ କଶ୍ମୀରରୁ ଯାଇଥିବାପ୍ରାୟ ୧୧୦୦ ଜଣ ତୀର୍ଥଯାତ୍ରୀ ଅନ୍ତର୍ଭୁକ୍ତ। ସେହିପରି ୬୦୦ ଜଣ ଛାତ୍ରଛାତ୍ରୀମଧ୍ୟ ସେଠାରେ ରହିଛନ୍ତି। ଇରାନରେ ଫସିରହିଥିବା ଛାତ୍ରଛାତ୍ରୀମାନଙ୍କୁ ଉଦ୍ଧାର କରିବାକୁ ଦିଲ୍ଲୀ ହାଇକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
Comments are closed.