Odisha Link
Bridging the Missing Links in Odisha

ସହମତିରେ ବାହାଘର ହେଇଛି: ପ୍ରଫୁଲ୍ଲ ଘଡ଼ାଇ

ଭୁବନେଶ୍ବର: ବିଧାୟକ ପ୍ରୀତିରଂଜନ ଘଡ଼ାଇଙ୍କ ସହ ଅଭିନେତ୍ରୀ ଝିଲିକ୍‌ଙ୍କ ବାହାଘର ପ୍ରସଙ୍ଗରେ ମୁହଁ ଖୋଲିଲେ ବିଧାୟକଙ୍କ ବାପା ତଥା ପୂର୍ବତନ ଅର୍ଥ ମନ୍ତ୍ରୀ ପ୍ରଫୁଲ ଘଡ଼ାଇ। ଶ୍ରୀଯୁକ୍ତ ଘଡ଼ାଇ କହିଛନ୍ତି ଯେ, ପରିବାରଙ୍କ ସହମତି ଓ ଉପସ୍ଥିତିରେ ବୈଦିକ ରିତିରେ ବାହାଘର ହୋଇଛି। ବାହାଘର ସରିଯାଇଛି। ଏହା ଉପରେ ଆଉ ଚର୍ଚ୍ଚା ଆଲୋଚନା ଅନାବଶ୍ୟକ। ବାହାଘର ଭଲରେ ଭଲରେ ସରିଯାଇଛି।
ପ୍ରକାଶ ଯେ, ଗୋପନରେ ବିବାହ ବନ୍ଧନରେ ବାନ୍ଧି ହେଲେ ଅଭିନେତ୍ରୀ ଝିଲିକ ଓ ବିଜେଡିର ଯୁବ ନେତା ତଥା ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡାଇ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ବେଶ୍‌ କିଛିଦିନ ପୂର୍ବରୁ ପ୍ରୀତିରଞ୍ଜନ ଓରଫ ଡାନିଙ୍କୁ ବଙ୍ଗୀୟ ସୁନ୍ଦରୀ ତଥା ନାୟିକା ଝିଲିକ୍ ବିବାହ କରିବେ ବୋଲି ଚର୍ଚ୍ଚା ହେଉଥିଲା। ଭାଇରାଲ୍ ଫଟୋ ଓ ଭିଡିଓ ଏହି ଚର୍ଚ୍ଚାକୁ ସତ୍ୟତାରେ ପରିଣତ କରିଛି। କୌଣସି ଗୋପନ ସ୍ଥାନରେ ଏହି ବିବାହ ସମ୍ପନ୍ନ ହୋଇଥିବା ଅନୁମାନ କରାଯାଉଛି। ଏପଟେ ଏନେଇ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

Comments are closed.