Odisha Link
Bridging the Missing Links in Odisha

ସର୍ବନିମ୍ନ ଜମା ନୀତି କୋହଳ କଲା ଏସବିଆଇ

ନୂଆଦିଲ୍ଲୀ: ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏହାର ଗ୍ରାହକଙ୍କ ପାଇଁ ଖୁସି ଖବର। ସର୍ବନିମ୍ନ ଜମା ନୀତି କୋହଳ କରିଛି ଏସବିଆଇ। ଏଣିକି ଗ୍ରାହକଙ୍କ ସେଭିଙ୍ଗସ ଆକାଉଣ୍ଟରରେ ସର୍ବନିମ୍ନ ଜମା ରାଶି ରଖିବା ଉପରେ କୌଣସି ପ୍ରତିବନ୍ଧକ ଲାଗିବ ନାହିଁ। ସେଭିଙ୍ଗସ ଆକାଉଣ୍ଟରେ ଜିରୋ ବାଲାନ୍ସ ରହିପାରିବ।

ପୂର୍ବରୁ ମେଟ୍ରୋ ଅଞ୍ଚଳରେ ସେଭିଙ୍ଗ ଆକାଉଣ୍ଟ ଖୋଲିଥିବା ଲୋକମାନଙ୍କୁ ନିଜ ଆକାଉଣ୍ଟରେ ସର୍ବନିମ୍ନ ୩ ହଜାର ଟଙ୍କା। ସେମି ଅର୍ବାନ ଅଞ୍ଚଳରେ ୨ ହଜାର ଓ ଗ୍ରାମାଞ୍ଚଳରେ ୧ ହଜାର ଟଙ୍କା ରଖିବାକୁ ପଡ଼ୁଥିଲା। ଯେଉଁମାନେ ଏହି ସର୍ବନିମ୍ନ ଜମାକୁ ମେଣ୍ଟେନ କରିପାରୁ ନଥିଲେ। ସେମାନଙ୍କ ଠାରୁ ବ୍ୟାଙ୍କ ପରବର୍ତ୍ତୀ ଜମା ସମୟରେ ଫାଇନ ଆଦାୟ କରାଯାଉଥିଲା। ଦେଶରେ ଥିବା ୪୪.୫୧ କୋଟି ସେଭିଙ୍ଗସ ଆକାଉଣ୍ଟଧାରୀଙ୍କ ପାଇଁ ଏହି ନିୟମ ଲାଗୁ ହୋଇଥିଲା। ହେଲେ ଏବେ ଏସବିଆଇ ଏହି ପ୍ରାବଧାନକୁ ଉଠାଇ ଦେଇଛି। ସେହିପରି ଏଣିକି ସବୁ ପ୍ରକାରର ସେଭିଙ୍ଗସ ଆକାଉଣ୍ଟଧାରୀଙ୍କୁ ନିଜର ଜମା ରାଶି ଉପରେ ବର୍ଷକୁ ୩% ସୁଧ ମିଳିବ। ପୂର୍ବରୁ ୧ ଲକ୍ଷ ଟଙ୍କା ଉପରେ ବାର୍ଷିକ ୩.୨୫% ସୁଧ ମିଳୁଥିଲା। ହେଲେ ଏବେ ଏହାକୁ ୩%କୁ ହ୍ରାସ କରି ଦିଆଯାଇଛି।

ଏସବିଆଇ ଅଧ୍ୟକ୍ଷ ରଜନୀଶ କୁମାର କହିଛନ୍ତି, ଆମ ଗ୍ରାହକଙ୍କ ମୁହଁରେ ଏହି ନୂଆ ନିୟମ ହସ ଭରିଦେବ। ବ୍ୟାଙ୍କିଙ୍ଗ ଅଭିଜ୍ଞତାକୁ ବଢ଼ାଇବା ପାଇଁ ଆମେ ସର୍ବନିମ୍ନ ଜମା ରାଶି ପ୍ରାବଧାନକୁ ଉଠାଇ ଦେଇଛୁ। ଏହାଦ୍ୱାରା ଏସବିଆଇ ସହ ଅଧିକ ଲୋକ ଯୋଡ଼ି ହେବେ ଏବଂ ଆମ ଉପରେ ଅଧିକ ବିଶ୍ୱାସ କରିବେ। ନୂଆ ନିୟମ ଦ୍ୱାରା ଗ୍ରାହକମାନେ ଅଧିକ ସଶକ୍ତ ହେବେ।

Comments are closed.