Odisha Link
Bridging the Missing Links in Odisha

କରୋନା: ହେଲ୍ପଲାଇନ ନମ୍ବର ଜାରି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କୋରୋନା ଆତଙ୍କରେ ସମଗ୍ର ବିଶ୍ବ ଆତଙ୍କିତ। ଦିନକୁ ଦିନ କରୋନା ଆକ୍ରାନଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ସମଗ୍ର ବିଶ୍ବରେ ୧ ଲକ୍ଷ ପାର କରିଥିବା ବେଳେ ସେଥିମଧ୍ୟରୁ ଭାରତରେ ୭୩ ଜଣ କୋରୋନା ଆକ୍ରାନ୍ତ ରହିଛନ୍ତି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଗତ ଗୁରୁବାର କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ (UT) ପାଇଁ ହେଲ୍ପଲାଇନ ନମ୍ବର ଜାରି କରିଛନ୍ତି।

କେନ୍ଦ୍ରୀୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଏହି ତାଲିକା ଅନୁଯାୟୀ, ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀର ଲୋକମାନେ ସହାୟତା ପାଇଁ ୦୧୧-୨୨୩୦୭୧୪୫ ଡାଏଲ୍ କରିପାରିବେ। ଏଥିସହ ଓଡ଼ିଶାବାସୀ କୋରୋନାଭାଇରସ୍ ସମ୍ବନ୍ଧରେ ସହାୟତା ପାଇଁ ୯୪୩୯୯୯୪୮୫୯ ନମ୍ବରରେ ଡାଏଲ୍ କରିପାରିବେ।

ଅନ୍ୟପକ୍ଷରେ ବିହାର, ଗୋଆ, ଗୁଜୁରାଟ, ହିମାଚଳ ପ୍ରଦେଶ, ଝାଡଖଣ୍ଡ, କର୍ଣ୍ଣାଟକ, ପଞ୍ଜାବ, ସିକିମ, ତେଲେଙ୍ଗାନା, ଉତ୍ତରାଖଣ୍ଡ, ଦାଦ୍ରା ଏବଂ ନଗର ହବେଲି, ଦାମନ ଏବଂ ଡିୟୁ, ଲାକ୍ଷଦୀପ ଏବଂ ପୁଡୁଚେରୀ ଲୋକ ସହାୟତା ପାଇଁ ୧୦୪ ନମ୍ବର ଡାଏଲ କରି କଲ କରିବେ। ସେହିପରି ମେଘାଳୟ ଏବଂ ମିଜୋରାମ ପାଇଁ ହେଲ୍ପଲାଇନ ନମ୍ବର ୧୦୮ ଏବଂ ୧୦୨ ଅଟେ ।ପ୍ରକାଶ ଥାଉକି, ଚୀନର ଉହାନରୁ ଉତ୍ପତ୍ତି ହୋଇଥିବା ମାରାତ୍ମକ କୋରୋନା ଭାଇରସ ଚୀନ ସମେତ ବିଶ୍ବର ୫୩ଟି ଦେଶକୁ ନିଜ କବଳରେ କରିଛି । ଫଳରେ ସମଗ୍ର ବିଶ୍ବରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ଟପିଥିବା ବେଳେ ଭାରତରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୩ରେ ପହଞ୍ଚିଛି। ଏଥିସହ ଗତ ଗୁରୁବାର କର୍ଣ୍ଣାଟକରେ ଜଣେ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

Comments are closed.