ଉନ୍ନାଓ ପୀଡ଼ିତାଙ୍କ ବାପାଙ୍କୁ ହତ୍ୟା; କୁଲଦୀପଙ୍କୁ ୧୦ ବର୍ଷ ଜେଲ୍
ନୂଆଦିଲ୍ଲୀ: ଉନ୍ନାଓ ପୀଡ଼ିତାଙ୍କ ବାପାଙ୍କୁ ହତ୍ୟା ମାମଲାରେ ପୂର୍ବତନ ବିଧାୟକ କୁଲଦୀପ ସିଂହ ସେନଗାରଙ୍କୁ ୧୦ ବର୍ଷ ଜେଲ୍। ସୁପ୍ରିମକୋର୍ଟ ଆଜି ଏହି ଦଣ୍ଡ ଶୁଣାଇଛନ୍ତି। ୨୦୧୭ରେ ଉନ୍ନାଓ ପୀଡ଼ିତାଙ୍କ ବାପାଙ୍କର ମୃତ୍ୟୁ ହୋଇଥିଲା। ମାର୍ଚ୍ଚ ୪ରେ ସୁପ୍ରିମକୋର୍ଟ କୁଲଦୀପ ସିଂହ ସେନଗାରଙ୍କୁ ଏହି ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ। ହତ୍ୟାକାରୀ କୁଲଦୀପ ସିଂହ ଏବେ ତିହାର ଜେଲରେ ଆଜୀବନ ସଜା ଦଣ୍ଡାଦେଶ କାଟୁଛନ୍ତି।
ବିଚାର ବିଭାଗୀୟ ହେପାଜତରେ ଥିବା ବେଳେ ପୀଡ଼ିତାଙ୍କ ବାପାଙ୍କର ଏପ୍ରିଲ ୨୦୧୮ରେ ମୃତ୍ୟୁ ଘଟିଥିଲା। ଅପରାଧିକ ଷଡ଼ଯନ୍ତ୍ର (୧୨୦ ବି) ଅନୁଯାୟୀ କୁଲଦୀପଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ। କୁଲଦୀପଙ୍କର ହତ୍ୟା କରିବାର ଉଦ୍ଦେଶ୍ୟ ନଥିଲା। ହେଲେ ପୀଡିତାଙ୍କ ବାପାଙ୍କୁ ମାଡ଼ ମରାଯିବାରୁ ତାଙ୍କର ମୃତ୍ୟୁ ହୋଇଥିଲା।
ଦୁଷ୍କର୍ମ ଅଭିଯୋଗ ଆସିବା ପରେ କୁଲଦୀପ ସେନଗାର ପୀଡ଼ିତାଙ୍କ ବାପାଙ୍କ ନାମରେ ମିଛ ମାମଲା ରୁଜୁ କରି ତାଙ୍କୁ ଜେଲରେ ରଖିଦେଇଥିଲେ। ସେତେବେଳେ କୁଲଦୀପ ରାଜ୍ୟର ଶାସକ ଦଳ ବିଜେପିର ବିଧାୟକ ଥିଲେ। ପୀଡ଼ିତା ଥାନାରେ ଏତଲା ଦେବା ପରେ ମଧ୍ୟ ଏହି ପୂର୍ବତନ ବାହୁବଳୀ ବିଧାୟକଙ୍କୁ ପୁଲିସ ଗିରଫ କରିନଥିଲା। କୋର୍ଟ ମାମଲାରେ ହସ୍ତକ୍ଷେପ କରି ଯୋଗୀ ସରକାରକୁ ତାଗିଦ୍ କରିବା ପରେ ଗିରଫ ହୋଇଥିଲେ କୁଲଦୀପ। ଏହା ପରେ ବିଜେପି ସେନଗାରଙ୍କୁ ଅଗଷ୍ଟ ୨୦୧୯ରେ ଦଳରୁ ବହିଷ୍କୃତ କରିଥିଲା।
Comments are closed.