ବେଆଇନ ଭାବେ ଚାଲିଛି ବାଲି ଚାଲାଣ
ବୌଦ୍ଧ : ବୌଦ୍ଧ ଜିଲ୍ଲା କଣ୍ଟାମାଲ ତହସିଲ ଅଧୀନରେ ଥିବା ତେଲ ନଦୀ ଘାଟରୁ ବେଆଇନ ଭାବେ ଚାଲିଛି ବାଲି ଚୋରା ଚାଲାଣ । ହେଲେ ଏ ନେଇ ପ୍ରଶାସନ ନିକଟରେ କିଛି ଖବର ନାହିଁ । ବାଲି ମାଫିଆଙ୍କ ବାଲି ଚାଲାଣ ଦ୍ୱାରା ଅତିଷ୍ଠ ହୋଇପଡିଛନ୍ତି କଣ୍ଟାମାଲ ଅଞ୍ଚଳବାସୀ ।
ବେଧଡକ ଭାବରେ ଦିନ ଦ୍ୱିପ୍ରହରରେ ଚାଲିଛି ବେଆଇନ ବାଲି ଚୋରା ଚାଲାଣ । ଫଳରେ ବିପୁଳ ପରିମାଣର ରାଜସ୍ୱ ହାନି ହେବା ସହ ବାଲି ଚୋରା ଚାଲାଣ ପଛରେ ତହସିଲ ପ୍ରଶାସନର ହାତ ଥିବା ନେଇ ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ ।
ତେବେ କଣ୍ଟାମାଲ ତହସିଲ ଅଞ୍ଚଳରେ ବାଲି ପାଇଁ ୫ଟି ବାଲି ଖାଦାନ ଲିଜ ଦିଆଯାଇଛି । ଯଦି ଅନ୍ୟ କୌଣସି ସ୍ଥାନରେ ଚୋରା ଚାଲାଣ କରାଯାଉଛି ତାହା ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ତହସିଲ କର୍ତ୍ତୃପକ୍ଷ କହିଛନ୍ତି ।
ବାଲି ମାଫିଆମାନେ ତେଲନଦୀ ପଠାରୁ ଟ୍ରାକ୍ଟର, ଦଶ ଚକିଆ ଟ୍ରକରେ ପ୍ରତିଦିନ ଶହ ଶହ ଟ୍ରିପ ବାଲି ଚାଲାଣ କରୁଛନ୍ତି । ତାହା ପୁଣି ବିନା ଟ୍ରାନ୍ଜିଟ ପାସରେ । ଫଳରେ କୋଟି କୋଟି ଟଙ୍କାର ରାଜସ୍ୱ ହାନି ହେଉଛି ।
Comments are closed.