ୟେସ ବ୍ୟାଙ୍କ ପାଇଁ ଗୃହ କମିଟି ଗଠିତ

ଭୁବନେଶ୍ୱର: ୟେସ ବ୍ୟାଙ୍କରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମା ହୋଇଥିବା ୫୪୫ କୋଟି ଟଙ୍କାର ଭବିଷ୍ୟତ ନେଇ ଗତ କିଛି ଦିନ ହେଲା ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଛି। ତେବେ ଏହାକୁ ନେଇ ଗୃହ କମିଟି ଗଠନ କରାଯାଇଛି। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଉକ୍ତ କମିଟିରେ ୧୨ ଜଣ ସଦସ୍ୟ ରହିଛନ୍ତି। ସେମାନେ ହେଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, ବିକ୍ରମ ଆରୁଖ, ପ୍ରମିଳା ମଲ୍ଲିକ, ନରସିଂହ ମିଶ୍ର, ଦେବୀ ମିଶ୍ର, ଲକ୍ଷ୍ମଣ ମୁଣ୍ଡା, ତାରା ବାହିନୀପତି, ଅତନୁ ସବ୍ୟସାଚୀ, ସୁବାସ ପାଣିଗ୍ରାହୀ, ମୋହନ ମାଝୀ ଓ ପ୍ରତାପ ଦେବ। ଉକ୍ତ କମିଟି ଶ୍ରୀମନ୍ଦିର ପାଣ୍ଠି ଫେରସ୍ତ ନେଇ କେନ୍ଦ୍ର ସରକାର ଓ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣରଙ୍କୁ ସ୍ମାରକପତ୍ର ଦେବ ବୋଲି ଜଣାଯାଇଛି।
Comments are closed.