Odisha Link
Bridging the Missing Links in Odisha

କରୋନା ପାଇଁ ଜନସ୍ୱାର୍ଥ ମାମଲା

ଭୁବନେଶ୍ୱର: କରୋନା ଭାଇରସ ଦିନକୁ ଦିନ ସାରା ବିଶ୍ୱରେ କାୟା ମେଲାଇ ଚାଲିଛି। ଓଡ଼ିଶାରେ ବି ଏହାକୁ ନେଇ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି। ତେବେ ଏହାରି ଭିତରେ କରୋନା ସତର୍କତା ପାଇଁ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଏର କରାଯାଇଛି । ଏହି ମାମଲାରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମେତ ୯ ଜଣଙ୍କୁ ପକ୍ଷଭୁକ୍ତ କରାଯାଇଛି। ସତର୍କତା ପାଇଁ ପର୍ଯ୍ୟାପ୍ତ ପରିମଳ ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ଯୋଗାଇବାକୁ ଆବେଦନ କରାଯାଇଛି। ବନ୍ଦର ଓ ବିମାନବନ୍ଦରରେ ମଧ୍ୟ ସତର୍କତା ଅବଲମ୍ବନ କରିବାକୁ ଆବେଦନ କରାଯାଇଛି। ବରିଷ୍ଠ ଆଇନଜୀବୀ ବିଜୟ କୁମରେ ରଗଡ଼ଙ୍କ ପକ୍ଷରୁ ଏହି ଜନସ୍ୱାର୍ଥ ମାମଲା ଦାଏର କରାଯାଇଛି।
ଏଠାରେ ଉଲ୍ଲେଖ ଯୋଗ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନାକୁ ରାଜ୍ୟ ବିପର୍ଯ୍ୟୟଭାବେ ଘୋଷଣା କରିବା ସହ ୩୧ ମାର୍ଚ୍ଚ ଯାଏ ସବୁ ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ଘୋଷଣା କରିଛନ୍ତି।

Comments are closed.