କରୋନା ପାଇଁ ବନ୍ଦ ରହିବ ନନ୍ଦନକାନନ
ଭୁବନେଶ୍ବର: କରୋନା ପାଇଁ ବନ୍ଦ ରହିବ ନନ୍ଦନକାନନ। ଆସନ୍ତା ମାର୍ଚ୍ଚ ୩୧ ଯାଏଁ ବନ୍ଦ ରହିବ ନନ୍ଦନକାନନ। ଏନେଇ ନନ୍ଦନକାନନ ଉପ ନିର୍ଦ୍ଦେଶକ ଜୟନ୍ତ ଦାଶ ସୂଚନା ଦେଇଛନ୍ତି। ଗତକାଲି ମୁଖ୍ୟମନ୍ତ୍ରୀ କରୋନାକୁ ରାଜ୍ୟ ବିପର୍ଯ୍ୟୟ ଭାବେ ଘୋଷଣା କରିବା ସହ ସ୍କୁଲ, କଲେଜ ସହ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ନେଇ ଘୋଷଣା କରିଛନ୍ତି।
କରେନା ସଂକ୍ରମଣକୁ ରୋକିବା ପାଇଁ ଭୁବନେଶ୍ୱର ସ୍ଥିତ ପଠାଣୀ ସାମନ୍ତ ପ୍ଲାନେଟୋରିୟମ, ବୁର୍ଲାର ଏପିଜେ କଲାମ ପ୍ଲାନେଟୋରିୟମର ରାଜ୍ୟର ସମସ୍ତ ସିନେମା ହଲ୍ ଓ ସୁଇମିଂ ପୁଲ୍କୁ ମାର୍ଚ୍ଚ ୩୧ ଯାଏଁ ବନ୍ଦ କରିବାକୁ ଘୋଷଣା କରାଯାଇଛି। ଏଥସହ ସେମିନାର୍, ୱାର୍କସପ୍ ଆୟୋଜନ ଉପରେ କଟକଣା ଜାରି କରାଯାଇଛି। ବାହାଘର, ବ୍ରତଘର, ଧାର୍ମିକ ଉତ୍ସବ ଆୟୋଜନ ପାଇଁ ସ୍ଥାନୀୟ ପ୍ରଶାସନର ଅନୁମତି ନେବାକୁ ପଡ଼ିବ ବୋଲି କୁହାଯାଇଛି।
Comments are closed.