ପୁରୀ ପରେ ଭଦ୍ରକରେ ଛୁଟି ବାତିଲ୍
![](https://www.odishalink.com/wp-content/uploads/2020/03/Holidays-in-Bhadrak-1.jpg)
ଭଦ୍ରକ: କରୋନା ପାଇଁ ସାର ବିଶ୍ବରେ ଭୟର ବାତାବରଣ ସୃଷ୍ଟି ହେଇଛି। କରୋନା ପାଇଁ ଭଦ୍ରକ ଜିଲ୍ଲାର ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଏନେଇ ଛୁଟି ବାତିଲ୍ ନେଇ ଟ୍ବଟ୍ କରି ସୂଚନା ଦେଲେ ଜିଲ୍ଲାପାଳ।
ସେହିପରି କୋରନା ମୁକାବିଲା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ଅଣ୍ଟା ଭିଡ଼ିଛି। ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ପୁରୀର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଆଜି ଜିଲ୍ଲାପାଳ ବଲୱନ୍ତ ସିଂହ ଏହି ମର୍ମରେ ନିର୍ଦ୍ଦେଶାନାମା ଜାରି କରି କହିଛନ୍ତି ଯେ, ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ପୁରୀ ଜିଲ୍ଲାର କୌଣସି ଅଧିକାରୀ ସେମାନଙ୍କ ମୁଖ୍ୟାଳୟ ଛାଡ଼ି ଯାଇ ପାରିବେ ନାହିଁ। କର୍ମଚାରୀମାନଙ୍କ ଛୁଟି ବାତିଲ କରାଯାଇଛି। ସେହିପରି ମାର୍ଚ୍ଚ ୩୧ ତାରିଖ ମଧ୍ୟରେ ପଡ଼ୁଥିବା ସମସ୍ତ ଛୁଟି ଦିନମାନଙ୍କରେ ସରକାରୀ ଅଫିସ୍ ଖୋଲା ରହିବ। କୌଣସି ଅଧିକାରୀଙ୍କ ଛୁଟି ଆବେଦନକୁ ମଞ୍ଜୁର କରାଯିବ ନାହିଁ।
Comments are closed.