Odisha Link
Bridging the Missing Links in Odisha

କରୋନା ପାଇଁ ଗଣଶିକ୍ଷା ବିଭାଗର କଡ଼ା ପଦକ୍ଷେପ

ଭୁବନେଶ୍ବର: କରୋନା ପାଇଁ ରାଜ୍ୟ ସରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି। ପୂର୍ବରୁ ସ୍କୁଲ କଲେଜ ବନ୍ଦ ନେଇ ସରକାର ଘୋଷଣା କରିଥିଲେ। ତେବେ ପରୀକ୍ଷା କିନ୍ତୁ ଚାଲୁ ରହିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଥିଲା। କିନ୍ତୁ ଏବେ କଟକଣା ଆଉ ପାଦେ ବଢ଼ିଯାଇଛି। ପରୀକ୍ଷାକୁ ମଧ୍ୟ ସ୍ଥଗିତ ରଖାଯାଇଛି। ପ୍ରଥମରୁ ନବମ ପର୍ଯ୍ୟନ୍ତ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିବାବେଳେ ଦ୍ୱାଦଶ ପରୀକ୍ଷା ହେବବୋଲି ସ୍ପଷ୍ଟ କରାଯାଇଛି। ଶିକ୍ଷକମାନଙ୍କୁ ସ୍କୁଲ ନଆସିବାକୁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ସ୍କୁଲକୁ ନଆସିଲେ ବି ଶିକ୍ଷକମାନଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜରୁରୀ ନିର୍ଦ୍ଦେଶ ପାଇଁ ଫୋନରେ ଆଲର୍ଟ ରହିବାକୁ କୁହାଯାଇଛି । ସେହିପରି ଦଶମ ଓ ଦ୍ୱାଦଶ ପରୀକ୍ଷା ଖାତା ଦେଖା କିନ୍ତୁ ଜାରିରହିବ। ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

Comments are closed.