Odisha Link
Bridging the Missing Links in Odisha

ଆଣ୍ଠୁଗଣ୍ଠି ଯନ୍ତ୍ରଣା କମାଇବ ‘ପ୍ରୋଲାକ୍ଟିନ୍‌’

ଭୁବନେଶ୍ବର : ଆଜିକାଲି ଆଣ୍ଠୁଗଣ୍ଠି ଯନ୍ତ୍ରଣା ଏକ ଚିନ୍ତାର କାରଣ ପାଲଟି ଗଲାଣି । ଅଧିକାଂଶ ସମୟରେ ଏହି ପ୍ରକାର ରୋଗ ବୟସ୍କ ବ୍ୟକ୍ତିଙ୍କ ବ୍ୟତିତ ଯୁବାବସ୍ଥା ବ୍ୟକ୍ତିଙ୍କ ପାଖରେ ଦେଖିବାକୁ ମିଳୁଛି । ଏଥିରେ ପିଡ଼ିତା ଥିବା ବ୍ୟକ୍ତି ଏହି ଯନ୍ତ୍ରଣାରୁ କିପରି ଉପଶମ ପାଇବ, ସେ ନେଇ ଅଭିଜ୍ଞ ଅସ୍ଥିଶଲ୍ୟ ବିଶେଷଜ୍ଞଙ୍କ ସହ ପରାମର୍ଶ ନେଇଥାଏ ।

ଓ୍ବାଶିଂଟନ୍‌ ୟୁନିଭର୍ସିଟିର ଅସ୍ଥିଶଲ୍ୟ ବିଶେଷଜ୍ଞମାନଙ୍କ ମତାନୁସାରେ, ଯଦି ଆମ ଶରୀରରେ ଏହି ହର୍‌ମୋନ ସନ୍ତୁଳିତ ରହେ ତେବେ ଆଣ୍ଠୁଗଣ୍ଠି ଫୁଲିବା, ଆଣ୍ଠୁଗଣ୍ଠି ଯନ୍ତ୍ରଣା ଏପରି କି ଆଣ୍ଠୁଗଣ୍ଠି ପ୍ରଦାହ ଆଦିର ଆଶଙ୍କା ଅନେକାଂଶରେ କମ୍‌ ଥାଏ । ଉକ୍ତ ହର୍‌ମୋନଟି ହେଲା ‘ପ୍ରୋଲାକ୍ଟିନ୍‌’। ଖାସ୍‌ କଥା ହେଲା, ଉକ୍ତ ହର୍‌ମୋନ ଆମ ଶରୀରରେ ପ୍ରାକୃତିକ ଉପାୟରେ କ୍ଷରଣ ହୋଇଥାଏ ।

Comments are closed.