Odisha Link
Bridging the Missing Links in Odisha

ବୁଧବାରରୁ ସଂପୂର୍ଣ୍ଣ ଭାବେ ଗ୍ରାହକସେବା ଯୋଗାଇବ ୟେସ୍‌ ବ୍ୟାଙ୍କ

ମୁମ୍ବାଇ: ୟେସ୍‌ ବ୍ୟାଙ୍କ ଉପଭୋକ୍ତା ଓ ଜମାକାରୀଙ୍କ ପାଇଁ ଖୁସି ଖବର। ଆଉ ଦିନକ ପରେ ଅର୍ଥାତ୍‌ ମାର୍ଚ୍ଚ ୧୮ ତାରିଖରୁ ୟେସ୍‌ ବ୍ୟାଙ୍କ ଉପଭୋକ୍ତାଙ୍କୁ ସମ୍ପୂର୍ଣ୍ଣ ଭାବେ ସେବା ଯୋଗାଇବ। ଏ ନେଇ ଆଜି ୟେସ୍‌ ବ୍ୟାଙ୍କ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ୟେସ୍‌ ବ୍ୟାଙ୍କ ପକ୍ଷରୁ ଟୁଇଟ କରି ଲେଖାଯାଇଛି ଯେ, ୟେସ ବ୍ୟାଙ୍କର ୧୧୩୨ଟି ଶାଖା ମାର୍ଚ୍ଚ ୧୮ରୁ କାର୍ଯ୍ୟାରମ୍ଭ କରିବ। ଏଥିସହ ଡିଜିଟାଲ କାରବାରର ସମେତ ସମସ୍ତ ସୁବିଧା ଉପଲବ୍ଧ ହେବ ବୋଲି ୟେସ ବ୍ୟାଙ୍କ ପକ୍ଷରୁ କୁହାଯାଇଛି।

ମାର୍ଚ୍ଚ ୧୩ରେ କେନ୍ଦ୍ର କ୍ୟାବିନେଟ ୟେସ ବ୍ୟାଙ୍କ ପୁନର୍ଗଠନ ଯୋଜନାକୁ ମଂଜୁରୀ ଦେଇଥିଲା। ଏ ସଂପର୍କରେ ସୂଚନା ଦେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ ଯେ ଜମାକାରୀ ଓ ନିବେଶକଙ୍କ ସ୍ୱାର୍ଥରକ୍ଷା ପାଇଁ ଏକ ସ୍କିମ ପ୍ରସ୍ତୁତ କରାଯାଇଛି। ସରକାର ଖୁବଶୀଘ୍ର ଏହି ପୁନର୍ଗଠନ ସଂପର୍କରେ ବିଜ୍ଞପ୍ତି ଜାରି କରିବେ ଓ ବିଜ୍ଞପ୍ତିର ୩ ଦିନ ମଧ୍ୟରେ ୟେସ ବ୍ୟାଙ୍କ ଉପରେ ଲାଗିଥିବା କଟକଣା ଉଠାଇଦିଆଯିବ।

ଭାରତୀୟ ଷ୍ଟେଟ ବ୍ୟାଙ୍କର ୟେସ ବ୍ୟାଙ୍କର ୪୯ ପ୍ରତିଶତ ଅଂଶଧନ ଅଧିକାର କରିବ। ସେହିପରି ଆଇସିଆଇସିଆଇ ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ, ଆକ୍ସିସ ବ୍ୟାଙ୍କ, କୋଟାକ ମହିନ୍ଦ୍ରା ବ୍ୟାଙ୍କ ମଧ୍ୟ ଅଂଶଧନ ଖରିଦ ପାଇଁ ପ୍ରସ୍ତାବ ଦେଇଥିଲେ।

Comments are closed.