କରୋନା: ଦିନ ୨ଟାରୁ ପାର୍କ ବନ୍ଦ
![](https://www.odishalink.com/wp-content/uploads/2020/03/Parks-in-Bhubaneswar-11.jpg)
ଭୁବନେଶ୍ବର: ନଗର ଉନ୍ନୟନ ବିଭଗା ତରଫରୁ କରୋନା ପାଇଁ ସତର୍କ ପଦକ୍ଷେପ ନିଆଯାଇଛି। ଏନେଇ ଦିନ ୨ଟାରେ ସହରାଞ୍ଚଳର ସବୁ ପାର୍କ ବନ୍ଦ ହେବ। ସବୁଦିନ ଅପରାହ୍ନ ୨ଟାରୁ ପାର୍କ ଗୁଡ଼ିକ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।
ପ୍ରକାଶ ଯେ, କଟକ ଓ ଭୁବନେଶ୍ୱରରେ ସବୁ ସପିଂମଲ୍ ଆସନ୍ତା ୩୧ ତାରିଖ ଯାଏଁ ବନ୍ଦ ରହିବ। କରୋନାର ମୁକାବିଲା ପାଇଁ ଆସନ୍ତାକାଲିଠାରୁ ଖୋର୍ଦ୍ଧାରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ନ ଯିବାକୁ ପର୍ଯ୍ୟଟକଙ୍କ ଉପରେ କଟକଣା ଲଗାଯାଇଛି। ଜିଲ୍ଲାର କାଳୀଜାଈ, ନଳବଣ, ମଙ୍ଗଳାଯୋଡ଼ି ପକ୍ଷୀ ଅଭୟାରଣ୍ୟକୁ ଯିବାକୁ ମନା କରାଯାଇଛି। ଚିଲିକାର ପାନ୍ଥନିବାସରେ କୌଣସି ପର୍ଯ୍ୟଟକ ରହିପାରିବେନି।
Comments are closed.