କରୋନା ଭାଇରସ୍: ନୀତୀଶଙ୍କ ବଡ଼ ଘୋଷଣା, ରୋଗୀଙ୍କ ଖର୍ଚ୍ଚ ବହନ କରିବେ ସରକାର
ପାଟନା: କରୋନା ଭାଇରସର ମୁକାବିଲା କରିବା ପାଇଁ କେନ୍ଦ୍ର ସରକାର ଆପଣାଉଛନ୍ତି ବିଭିନ୍ନ ଉପାୟ। ଏହାରି ମଧ୍ୟରେ ଏହି ଭାଇରସର ମୁକାବିଲା ପାଇଁ ଆଗେଇ ଆସିଛନ୍ତି ବିହାର ସରକାର। କରୋନାକୁ ନେଇ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ରାଜ୍ୟରେ କରୋନା ଭାଇରସରେ ଆକ୍ରାନ୍ତ ହେଉଥିବା ଲୋକଙ୍କ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର କରିବେ। ସେହିପରି କରୋନାରେ ପ୍ରାଣ ହରାଉଥିବା ଲୋକଙ୍କ ପରିବାର ବର୍ଗଙ୍କୁ ୪ ଲକ୍ଷ ଟଙ୍କା ଲେଖାଏ କ୍ଷତି ପୂରଣ ଦିଆଯିବ ବୋଲି ସେ କହିଛନ୍ତି।
ଅପରପକ୍ଷେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କରୋନା ଭାଇରସ ବ୍ୟାପିବା ଆଶଙ୍କରେ ବିଧାନସଭାକୁ ମୁଲତବୀ ଘୋଷଣା କରିବାକୁ ପ୍ରସ୍ତାବ ଦେଇଥିଲେ। ଶେଷ ବାଚସ୍ପତି ଏହି ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି।
Comments are closed.