ବିବାହ କରିବେ ସପନା!

ମୁମ୍ବାଇ : ହରିୟାଣୀ ସୁନ୍ଦରୀ ସପନା ଚୌଧୁରୀ ନିଜ ଡ୍ୟାନ୍ସ ପାଇଁ ଅନେକ ସମୟ ଚର୍ଚ୍ଚାରେ ରହିଥାନ୍ତି । ସେ ଅନେକ ହିଟ୍ ଗୀତରେ ନୃତ୍ୟ କରି ସମସ୍ତଙ୍କର ମନ କିଣି ନେଇଛନ୍ତି । ବର୍ତ୍ତମାନ ସେ ତାଙ୍କ ନିର୍ବନ୍ଧକୁ ନେଇ ଚର୍ଚ୍ଚାରେ ରହିଛନ୍ତି ।
ସୂଚନା ଅନୁସାରେ ସପନା ହରିୟାଣୀ ସିଂଗର ଭୀର ସାହୁଙ୍କ ସହ ଲୁଚିକରି ନିର୍ବନ୍ଧ ମଧ୍ୟ କରିସାରିଛନ୍ତି । ଏହାକୁ ବର୍ତ୍ତମାନ ସପନା ସିକ୍ରେଟ୍ ରଖିଛନ୍ତି । ରିପୋର୍ଟ ଅନୁଯାୟୀ ୨୦୧୫-୧୬ର ଏକ ଆଓ୍ଵାର୍ଡ ଶୋ’ରେ ଉଭୟଙ୍କର ସାକ୍ଷାତ ହୋଇଥିଲା। ସପନାଙ୍କ କହିବା ଅନୁଯାୟୀ ପ୍ରଥମ ଦେଖାରେ ସେ ସାହୁଙ୍କୁ ଏକ ଖଡୁସ୍ ବ୍ୟକ୍ତି ଭଳି ନଜର ଆସିଥିଲେ।
ତାଙ୍କ ସହ ସାକ୍ଷାତ ହେବା ପରେ ସପନାଙ୍କୁ ଲାଗିଥିଲା କୌଣସି କଥା ହେବା ପାଇଁ ରାଜି ନହୋଇପାରନ୍ତି । ଏହାପରେ ଉଭୟଙ୍କ ମଧ୍ୟରେ ବନ୍ଧୁତ୍ୱ ସ୍ଥାପନା ହୋଇଥିଲା ।
ସୂଚନା ଅନୁଯାୟୀ ଭୀର୍ ସାହୁ ହରିୟାଣା ଜଣେ ଲୋକପ୍ରିୟ ସିଂଗର ହେବା ସହ ଅନେକ ସୁପରହିଟ୍ ଗୀତ ମଧ୍ୟ ଗାଇ ସାରିଛନ୍ତି । କିଛି ଦିନ ତଳେ ବବ୍ଦୁ ମାନଙ୍କ ହଲିଉଡ୍ ସଂଗ୍ ରିଲିଜ୍ ହୋଇଛି, ଯାହକୁ ଦର୍ଶକ ଖବୁ ପସନ୍ଦ କରିଛନ୍ତି ।
Comments are closed.