କରୋନା : ଗୁଜବ କରି ବନ୍ଧା ହେଲେ

ଭୁବନେଶ୍ୱର: ଚୀନରୁ ସୃଷ୍ଟି ହୋଇଥିବା କରୋନା ଭାଇରସ ଦିନକୁ ଦିନ ସାରା ବିଶ୍ୱରେ କାୟା ମେଲାଇ ଚାଲିଛି। ଓଡ଼ିଶାରେ ବି ଏହାକୁ ନେଇ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି। ଏହି ଅବସରରେ କରୋନା ସମ୍ପର୍କିତ ଗୁଜବ ପ୍ରଚାର କରିବା ଅଭିଯୋଗରେ ଜଣେ ଯୁବକ ଗିରଫ ହୋଇଥିବା ଜଣାଯାଇଛି। କୋଲିଆରି ଥାନା ବଲଣ୍ଡାରୁ ଜଣେ ଯୁବକଙ୍କୁ ପୁଲିସ ଗିରଫ କରିଛି । ଯୁବକ ଜଣକ ନିଜ ଫେସବୁକ ଆକାଉଣ୍ଟରେ ଗୁଜବ ପ୍ରଚାର କରିଥିଲେ। ବଅଁରପାଳ ଅଞ୍ଚଳରେ ଜଣେ ଯୁବକ କରୋନା ଆକ୍ରାନ୍ତ ବୋଲି ସେ ପ୍ରଚାର କରିଥିଲେ। ଦିଲ୍ଲୀରେ ଯୁବକଙ୍କ ମୃତ୍ୟୁ ହୋଇଥିବା ସେ ଫେସବୁକରେ ପ୍ରଚାର କରିଥିଲେ। ପୁଲିସ ତଦନ୍ତ ପରେ ଘଟଣାର ସତ୍ୟତା ନଥିବାରୁ ଯୁବକଙ୍କୁ ଗିରଫ କରାଯାଇଥିବା ଉତ୍ତର-କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳଙ୍କ ପକ୍ଷରୁ ପ୍ରକାଶ।
Comments are closed.