Odisha Link
Bridging the Missing Links in Odisha

ଓଡ଼ିଶା ଫେରିବେ ଜଗା-କାଳିଆ

ଭୁବନେଶ୍ୱର : ଦିଲ୍ଲୀ ଏମ୍ସରୁ ଶୀଘ୍ର ଓଡ଼ିଶା ଫେରି ଆସିବେ ଜଗା-କାଳିଆ । ଏନେଇ ସୂଚନା ଦେଇଛନ୍ତି ଏନଏଚଏମ ଏମଡି ଶାଳିନୀ ପଣ୍ଡିତ । ଏମ୍ସ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ପରେ ସେ ଏହି ସୂଚନା ଦେଇଛନ୍ତି । ତାଙ୍କ ସୂଚନା ମୁତାବକ ଜଗା-କାଳିଆ ଓଡ଼ିଶା ଫେରିବା ସମ୍ପର୍କରେ ଏମ୍ସ ପକ୍ଷରୁ ବିଧିବଦ୍ଧଭାବେ ସୂଚନା ଦିଆଯିବ । ସେମାନଙ୍କୁ ଭୁବନେଶ୍ୱରର କୌଣସି ଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ । ଜଗା ଅବସ୍ଥା ଭଲ ଅଛି । କାଳିଆର ଅବସ୍ଥା ଧୀରେ ଧୀରେ ସୁଧୁରୁଛି ବୋଲି ଏନଏଚଏମ ଏମଡି ଶାଳିନୀ ପଣ୍ଡିତ କହିଛନ୍ତି ।
ସୂଚନା ଅନୁସାରେ, ଏକ ବିରଳ ଅସ୍ତ୍ରୋପଚାର ମାଧ୍ୟମରେ ଯୋଡାମୁଣ୍ଡ ଶିଶୁ ଜଗାକାଳିଆଙ୍କୁ ଅଲଗା କରାଯାଇଥିଲା । ଦିଲ୍ଲୀ ଏମସରେ ଚିକିତ୍ସାଧୀନ ଥିବା ଜଗାକାଳିଆ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡିଛି । ସେମାନଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଛି । ସେମାନଙ୍କୁ ଆଉ କୌଣସି ସ୍ୱତନ୍ତ୍ର ଚିକିତ୍ସାର ଆବଶ୍ୟକତା ନାହିଁ ବୋଲି ଦିଲ୍ଲୀ ଏମସର ଡାକ୍ତର କହିଛନ୍ତି ।

Comments are closed.