Odisha Link
Bridging the Missing Links in Odisha

ଅଗଷ୍ଟ ୧୫ରେ ମୁଖ୍ୟମନ୍ତ୍ରୀ ଭାବେ କମଲନାଥ ପତାକା ଉତ୍ତୋଳନ କରିବେ: ମଧ୍ୟପ୍ରଦେଶ କଂଗ୍ରେସ

ଭୋପାଲ: ରାଜନୀତିକୁ ନେଇ ମଧ୍ୟପ୍ରଦେଶରେ ଚାଲିଥିବା ମହାନାଟକରେ ଗତକାଲି ଶକ୍ତି ପରୀକ୍ଷା ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ କମଲନାଥ। ଏହାପରେ ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ ଚାଲିଛି ଖୁବ୍‌ ଚର୍ଚ୍ଚା। ମୁଖ୍ୟମନ୍ତ୍ରୀ ପଦ ପାଇଁ ଆଶାୟ ଦୌଡରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହଙ୍କ ନାମ ଆଗରେ ଅଛି। ସେ ଏହା ପୂର୍ବରୁ ୩ଥର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଛନ୍ତି।

ଅପରପକ୍ଷେ କମଲନାଥ ରାଜ୍ୟପାଳଙ୍କୁ ତାଙ୍କ ଇସ୍ତଫା ପତ୍ର ଦେବା ପରେ ମଧ୍ୟପ୍ରଦେଶ କଂଗ୍ରେସ ଏକ ଟୁଇଟ କରିଥିଲା। ଯାହାକୁ ନେଇ ଚର୍ଚ୍ଚା ଥମିବାର ନାମ ଧରୁନାହିଁ। କଂଗ୍ରେସ ପକ୍ଷରୁ ହୋଇଥିବା ଟୁଇଟରୁ ଜଣାପଡ଼ୁଛି ଯେ ଆଗାମୀ ଦିନରେ ମଧ୍ୟ ମଧ୍ୟପ୍ରଦେଶରେ ମହାନାଟକ ଜାରି ରହିବ।

ମଧ୍ୟପ୍ରଦେଶ କଂଗ୍ରେସ ଟୁଇଟ କରି ଦାବି କରିଛି ଯେ, ଏହି ଟୁଇଟକୁ ସମ୍ଭାଳି ରଖନ୍ତୁ, ୧୫ ଅଗଷ୍ଟ ୨୦୨୦ରେ ମୁଖ୍ୟମନ୍ତ୍ରୀ ଭାବେ କମଲନାଥ ପତାକା ଉତ୍ତୋଳନ କରିବେ ଓ ପ୍ୟାରେଡରେ ମଧ୍ୟ ସାମିଲ ହେବେ। ୟେ ଅଳ୍ପ ବିଶ୍ରାମ ମାତ୍ର।

ମଧ୍ୟପ୍ରଦେଶ ରାଜନୀତିରେ ମାର୍ଚ୍ଚ ଆରମ୍ଭରୁ ହିଁ ରାଜନୈତିକ ମହାନାଟକ ଦେଖିବାକୁ ମିଳିଥିଲା। କଂଗ୍ରେସର କିଛି ବିଧାୟକ ଗୁରୁଗ୍ରାମ ହୋଟଲେରେ ଯାଇ ରହିଲେ। ତାପରେ କମଲନାଥ ସରକାର ସଙ୍କଟରେ ପଡ଼ିଥିଲେ। ଅପରପକ୍ଷେ ମଧ୍ୟପ୍ରଦଶ କଂଗ୍ରେସର ଟାଣୁଆ ନେତା ଜୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହୋଇଥିଲେ। ଫଳରେ ନାଟକୀୟ ଢଙ୍ଗରେ ଗତକାଲି ଇସ୍ତଫା ଦେଇଥିଲେ କମଲନାଥ।

Comments are closed.