ଟିମ୍ ଇଣ୍ଡିଆର ନୂଆ ଜର୍ସିକୁ ନେଇ ସୋଶିଆଲ ମିଡ଼ିଆରେ ମଜାକ ଉଡ଼ାଇଲେ କ୍ରିକେଟ ପ୍ରେମୀ
![](https://www.odishalink.com/wp-content/uploads/2019/06/team-india.png)
ନୂଆଦିଳ୍ଲୀ: ଆସନ୍ତାକାଲି ବିଶ୍ବକପରେ ପ୍ରଥମ ଥର ପାଇଁ ନୂଆ ପୋଷାକ ପିନ୍ଧି ମଇଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ। ପ୍ରଥମ ଥର ପାଇଁ ଅରେଞ୍ଜ ଜର୍ସିରେ ମଇଦାନକୁ ଓହ୍ଲାଇବାକୁ ଯାଉଛି ଟିମ୍ ଇଣ୍ଡିଆ। ଆଉ ଏହା ପୂର୍ବରୁ ଜାରି ହୋଇସାରିଛି ଟିମ୍ ଇଣ୍ଡିଆର ନୂଆ ଜର୍ସି । ଆସନ୍ତାକାଲି ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଅରେଂଜ ଜର୍ସିରେ ନଜର ଆସିବ ଟିମ୍ ଇଣ୍ଡିଆ। ଅର୍ଥାତ୍ ଆସନ୍ତାକାଲି ମେନ୍ ଇନ୍ ବ୍ଲୁ ଟିମ୍ ମେନ୍ ଇନ୍ ଅରେଂଜ ଟିମ୍ ହୋଇ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ। ଉଭୟ ଇଂଲଣ୍ଡ ଓ ଭାରତର ପୋଷାକ ରଙ୍ଗ ଏକାଭଳି ହୋଇଥିବାରୁ ଭାରତୀୟ ଟିମ୍ ତାର ପୋଷାକ ରଙ୍ଗରେ ପରିବର୍ତନ କରିଛି।ନିୟମ ଅନୁସାରେ ଆୟୋଜକ ଦଳ ପୋଷାକର ରଙ୍ଗ ପରିବର୍ତନ କରିନଥାଏ। ଅନ୍ତର୍ଜାତୀୟ କ୍ରିକେଟରେ ଗୋଟିଏ ଦଳ ଦୁଇଟି ପୋଷାକ ପିନ୍ଧିପାରିବାର ଅନୁମତି ରହିଛି। ସେହି କ୍ରମରେ କାଲି ଅରେଂଜ ପୋଷାକ ପିନ୍ଧି ମ୍ୟାଚ ଖେଳିବେ ବିରାଟ ବାହିନୀ । ନୂଆ ଜର୍ସି ସହ ପୁରା ଟିମ୍ ଇଣ୍ଡିଆ ଫଟୋ ସୁଟ୍ ବି କରିଛନ୍ତି । ତେବେ ନୂଆ ଜର୍ସି ଉନ୍ମୋଚନ ହେବା ପରେ ସୋଶିଆଲ ମିଡ଼ିଆରେ ଆରମ୍ଭ ହୋଇଯାଇଛି ଟୁଇଟର ଓ୍ବାର।
👍 or 🤔 or 👎?#TeamIndia | #CWC19 https://t.co/L6lGQ7YYiu
— ICC (@ICC) June 28, 2019
ନାରଙ୍ଗୀ ରଂଗକୁ ନେଇ ମୂଳରୁ ବିବାଦ ଆରମ୍ଭ ହୋଇଛି । ବିଜେପିର ରଂଗ ଗେରୁଆ ହୋଇଥିବାରୁ ଏହାକୁ ରାଜନୈତିକ ଦୃଷ୍ଟିଭଙ୍ଗୀରେ ଦେଖୁଛନ୍ତି ବିରୋଧୀ । ଏବେ ବିସିସିଆଇ ନୂଆ ଜର୍ସିକୁ ଟୁଇଟର ହ୍ୟାଣ୍ଡେଲରେ ପୋଷ୍ଟ କରିବା ପରେ ସମର୍ଥନ କମ୍ ଓ ସମାଲୋଚନା ଅଧିକ ଦେଖିବାକୁ ମିଳିଛି । କେହି ଏହାକୁ ହର୍ଲିକସ ଡବାର ରଂଗ ସହ ତୁଳନା କରିଥିବା ବେଳେ ଅନ୍ୟକେହି ସ୍ୱିଗି ୟୁନିଫର୍ମ ସହ ତୁଳନା କରିଛନ୍ତି । ସେହିପରି କେତେକ ପେଟ୍ରୋଲ ଟାଙ୍କିରେ କର୍ମଚାରୀ ପିନ୍ଧିଥିବା ୟୁନିଫର୍ମର ରଂଗ ସହ ମଧ୍ୟ ତୁଳନା କରିଛନ୍ତି। ଏଥି ସହିତ ଦେଖନ୍ତୁ କିଏ ଆଉ କଣ କହିଛନ୍ତି।
Much better pic.twitter.com/gNbF6uoqKh
— Dead 👽 (@Saleeeeem__) June 28, 2019
@BCCI Adei🤦♂🤦♂ pic.twitter.com/aErcHgD8KI
— 𝐒𝐚𝐭𝐡𝐢𝐬𝐡 𝐍𝐏 (@SathizNP) June 29, 2019
ଏହିପରି ଭାବେ କ୍ରିକେଟ ପ୍ରେମୀ ଟିମ୍ ଇଣ୍ଡିଆର ନୂଆ ଜର୍ସିକୁ ଟ୍ରୋଲ କରିଛନ୍ତି ।
Comments are closed.