କରୋନା ରିଲିଫ୍ ପାଣ୍ଠିକୁ ଗୋଟିଏ ମାସର ଭତ୍ତା ଦେଲେ ବିଜୟ ମହାପାତ୍ର
![](https://www.odishalink.com/wp-content/uploads/2019/09/bijoy-mohapatra.jpeg)
ଭୁବନେଶ୍ବର: କରୋନା ଲଢ଼େଇରେ ନିଜକୁ ସାମିଲ କରିଛନ୍ତି ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର। ସରକାରଙ୍କ ପକ୍ଷରୁ ମିଳୁଥିବା ଗୋଟିଏ ମାସର ପେନ୍ସନ୍ ସେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି(କୋଭିଡ୍-୧୯ ଫଣ୍ଡ୍)କୁ ଦାନ କରିଛନ୍ତି।
କରୋନା ମୁକାବିଲାରେ ଓଡ଼ିଶା ଆଗୁଆ ଥିବାବେଳେ ରାଜ୍ୟ ଆର୍ଥିକ ସଂକଟ ଦେଇ ଗତି କରୁଛି ବୋଲି ଆଜି ଗଣମାଧ୍ୟମକୁ କହିଛନ୍ତି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ। ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ୩ ମାସର ଦରମା ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡ୍ (କୋଭିଡ୍-୧୯ ଫଣ୍ଡ୍) କୁ ଦାନ କରିଥିବା ବେଳେ ବିଜୁ ଜନତା ଦଳର ସମସ୍ତ ବିଧାୟକ ଓ ସାଂସଦ ମଧ୍ୟ ନିଜର ତିନିମାସର ଦରମା ପ୍ରଦାନ କରିବେ ବୋଲି ଦଳ ପକ୍ଷରୁ କୁହାଯାଇଛି।
ସରକାରରେ ନଥିବା ପ୍ରଥମ ବ୍ୟକ୍ତି ଭାବରେ ବିଜୟ ମହାପାତ୍ର ଆଜି ନିଜର ପେନ୍ସନ୍ ଦାନ କରି ଏକ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି।
Comments are closed.