ଅନ୍ୟ ବ୍ୟାଙ୍କ ଏଟିଏମ୍ରୁ ବିନା ଶୁଳ୍କରେ ଉଠାଇପାରିବେ ଟଙ୍କା

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କରୋନା ଭାଇରସକୁ ନେଇ ସ୍ଥିତି ଜଟିଳ ହେବାକୁ ଲାଗିଛି। ଏହାରିମଧ୍ୟରେ ଦେଶବାସୀଙ୍କ ସାମାନ୍ୟ ଆଶ୍ବସ୍ତି ମିଳିଛି କାରଣ ଏଣିକି ଅନ୍ୟ ବ୍ୟାଙ୍କର ଏଟିଏମ୍ରୁ ଟଙ୍କା ଉଠାଇଲେ ଏଥିପାଇଁ ଫାଇନ ଆକରରେ ଟଙ୍କା ଦେବାକୁ ପଡ଼ିବନି। ଏନେଇ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସେ ଘୋଷଣା କରିଛନ୍ତି, ଡେବିଟ୍ କାର୍ଡଧାରୀ ଯେକୌଣସି ବ୍ୟାଙ୍କ ଏଟିଏମ୍ରୁ ବିନା ଶୁଳ୍କରେ ଟଙ୍କା ଉଠାଇପାରିବେ। ଏହା ଆଗାମୀ ୩ ମାସ ଯାଏ ଲାଗୁ ହେବ। ଏଥିସହ ବର୍ତ୍ତମାନ ବ୍ୟାଙ୍କ ଆକାଉଣ୍ଟରେ ମିନିମମ୍ ବାଲାନ୍ସ ମେଣ୍ଟେନ୍ କରିବା ପଡ଼ିବନି। କରୋନା ପାଇଁ ଉପୁଜିଥିବା ସ୍ଥିତିର ମୁକାବିଲା କରିବାକୁ କେନ୍ଦ୍ର ଅର୍ଥମନ୍ତ୍ରୀ ଏପରି ଘୋଷଣା କରିଛନ୍ତି।
ସେହିଭଳି ଆଧାର ନମ୍ବର ଓ ପାନ୍ ମଧ୍ୟରେ ଲିଙ୍କ ଅବଧି ଜୁନ୍ ୩୦ ଯାଏ ଘୁଞ୍ଚାଇବା ସହ ‘ବିବାଦ ସେ ବିଶ୍ୱାସ’ ବାବଦରେ ମଧ୍ୟ ନୂଆ ଘୋଷଣା କରିଛନ୍ତି। ଏହି ସ୍କିମ୍ ଅଧୀନରେ ଏବେଠାରୁ ୩୦ ଜୁନ୍ ଯାଏ ଅତିରିକ୍ତ ଭାବେ ୧୦% ଶୁଳ୍କ ଦେବାକୁ ପଡ଼ିବନି ବୋଲି ଘୋଷଣା କରିଚନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ।
Comments are closed.