ମଧ୍ୟପ୍ରଦେଶ: କମଳନାଥଙ୍କ ପ୍ରେସ୍ମିଟ୍ ଯାଇଥିବା ସାମ୍ବାଦିକ ଓ ତାଙ୍କ ଝିଅଙ୍କୁ କରୋନା
ଭୋପାଳ: ଭୋପାଳରେ ଜଣେ ସାମ୍ବାଦିକ ଓ ତାଙ୍କ ଝିଅ ଠାରେ କୋଭିଡ୍-୧୯ ପଜିଟିଭ୍ ମିଳିଛି। ଏମାନଙ୍କ ସହ ମଧ୍ୟପ୍ରଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫ ଛୁଇଁଛି। ସାମ୍ବାଦିକ ଜଣକ ବିଦାୟୀ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇଥିବାର ଜଣାପଡ଼ିବା ପରେ ଏବେ ଅନ୍ୟ ସାମ୍ବାଦିକଙ୍କୁ ଭୟ ଘାରିଛି।
ରାଜ୍ୟରେ ବିଜେପି ସରକାର ଗଢ଼ାହେବା ପୂର୍ବରୁ ଗତ ସପ୍ତାହରେ କମଳନାଥ ଏକ ସାମ୍ବାଦିକ ସମ୍ମିଳନୀ ଡାକିଥିଲେ। ସେହି ସାମ୍ବାଦିକ ସମ୍ମିଳନୀରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଉଥିବା ଘୋଷରା କରିଥିଲେ। କରୋନା ଆକ୍ରାନ୍ତ ସାମ୍ବାଦିକ ଜଣକ ସେଠାରେ ଉପସ୍ଥିତ ଥିଲେ। ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ସାମ୍ବାଦିକ ଓ ଅନ୍ୟ ବ୍ୟକ୍ତିଙ୍କୁ ଏବେ କ୍ବାରାଣ୍ଟିନ୍ରେ ରଖାଯାଇଛି।
Comments are closed.