Odisha Link
Bridging the Missing Links in Odisha

କରୋନା କାୟା: ଦେଶରେ ଗଲାଣି ୧୩ ଜୀବନ, ଆରୋଗ୍ୟ ହେଲେଣି ୪୩

ନୂଆଦିଲ୍ଲୀ: ଦିନକୁ ଦିନ କରୋନା ଭାଇରସର ପ୍ରଭାବ ଭାରତରେ ଦେଖିବାକୁ ମିଳିଛି। କରୋନା ଭାଇରସରେ ଭାରତରେ ଏପର୍ଯ୍ୟନ୍ତ ୬୪୯ ଜଣ ଅକ୍ରାନ୍ତ ରେଗାୀ ଚିହ୍ନଟ ହୋଇଛନ୍ତି। ସେହିମଧ୍ୟରୁ ୬୦୨ ଜଣ ଭାରତୀୟ ଓ ୪୭ ଜଣ ବିଦେଶୀ ଅଛନ୍ତି। ଏଯାବତ୍‌ କରୋନା ଭାଇରସର ସଂକ୍ରମଣରେ ଭାରତରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି। ଅପରପକ୍ଷେ ୪୩ ଜଣ ବ୍ୟକ୍ତି କରୋନା ଭାଇରସରୁ ଭଲ ହୋଇ ଘରକୁ ଫେରିଛନ୍ତି। ବିଭିନ୍ନ ମେଡିକାଲରେ ୫୯୩ ଜଣଙ୍କ ଚିକିତ୍ସା କରାଯାଉଛି।

ସାରାବିଶ୍ବର ୧୯୮ ଦେଶ ଏବେ କରୋନା ଭାଇରସର ଆକ୍ରାନ୍ତ। ଇଟାଲୀ ସବୁଠାରୁ ବେଶି ପ୍ରଭାବିତ ହୋଇଛି। ଇଟାଲୀରେ ୭ହଜାରରୁ ଉର୍ଦ୍ଧ୍ବ ଲେକା କରୋନ ଭାଇରସ ଯୋଗୁଁ ମୃତ୍ୟୁବରଣ କରିଛନ୍ତି। ଏହା ପଛକୁ ସ୍ମେନରେ ୩୬୦୦ରୁ ଉର୍ଦ୍ଧ୍ବ ଜଣ ମୃତ୍ୟବରଣ କଲେଣି। ଅନ୍ୟପଟେ କରୋନାର ଉତ୍ପତିସ୍ଥଳ ଚୀନରେ ସ୍ଥିତି ସୁଧୁରିବାରେ ଲାଗିଛି।

Comments are closed.