Odisha Link
Bridging the Missing Links in Odisha

ଓଡ଼ିଶା: କରୋନା ମୁକାବିଲା ପାଇଁ ସ୍ବତନ୍ତ୍ର କଣ୍ଟ୍ରୋଲ ରୁମ୍

ଭୁବନେଶ୍ବର: କରୋନା ମୁକାବିଲା ପାଇଁ ସ୍ବତନ୍ତ୍ର କଣ୍ଟ୍ରୋଲ୍‌ ରୁମ୍‌ ଖୋଲିଲେ ସରକାର। ଗୃହ ବିଭାଗର ଏହି କଣ୍ଟ୍ରୋଲ ରୁମ୍‌ ୨୪ ଘଣ୍ଟା କର୍ଯ୍ୟ କରିବ ଏବଂ ଏହା ଲକ୍‌ଡାଉନ୍‌ ସମ୍ପର୍କିତ ସମସ୍ୟା ସମାଧାନ ସହ ଓଡ଼ିଶା ବାହାରେ ଥିବା ଓଡ଼ିଆଙ୍କ ଭଲମନ୍ଦ ବୁଝିବ।

ଓଡ଼ିଶା ଓ ଓଡ଼ିଶା ବାହାରେ ଥିବା ଓଡ଼ିଆମାନେ ୦୬୭୪-୨୩୯୨୧୧୫ କିମ୍ବା ୯୪୩୮୯୧୫୯୮୬ ନମ୍ବରରେ ଫୋନ୍‌ କରି କଣ୍ଟ୍ରୋଲ୍‌ ରୁମ୍‌କୁ ନିଜର ଦୟିନୀ ଜଣାଇପାରିବେ।

ବରିଷ୍ଠ ଆଇପିଏସ୍‌ ଅଫିସର ତଥା ପୁଲିସ୍‌ ଆଇଜି (ଅପରେସନ୍ସ) ଅମିତାଭ ଠାକୁର ଏହି କଣ୍ଟ୍ରୋଲ୍‌ ରୁମ୍‌ କାର୍ଯ୍ୟ ନିରୀକ୍ଷଣ ଦାୟିତ୍ବରେ ଅଛନ୍ତି।

Comments are closed.