ଇସ୍ଲାମୀୟ ସଭାରୁ ଫେରିବା ପରେ କରୋନାରେ ମୃତ୍ୟୁ

କଶ୍ମୀର: ଜମ୍ମୁ ଓ କଶ୍ମୀରରେ ଆଜି ପ୍ରଥମ କରୋନା ମୃତ୍ୟୁ ଦେଖବାକୁ ମିଳିଛି। ୬୫ ବର୍ଷିୟ ଏହି ବ୍ୟକ୍ତି ଜଣକ ନିକଟରେ ଇଣ୍ଡୋନେସିଆରେ ଅନୁଷ୍ଠିତ ଏକ ଇସ୍ଲାମୀୟ ଧର୍ମସଭା ତାବ୍ଲିଘି ଜମାତ୍ରେ ଯୋଗ ଦେଇ ଫେରିଥିଲେ। କଶ୍ମୀର ଆସିବା ପୂର୍ବରୁ ସେ ଉତ୍ତରପ୍ରଦେଶ, ଦିଲ୍ଲୀ ଓ ଜମ୍ମୁ ମଧ୍ୟ ଯାଇଥିଲେ।
ଏହା ଏହି କେନ୍ଦ୍ରଶାସିତ ଅଞ୍ଚଳ ପ୍ରଥମ କରୋନାଜନିତ ମୃତ୍ୟୁ ହୋଇତିବା ବେଳେ ବହିରାଗତ ବ୍ୟକ୍ତିଙ୍କୁ ନେଇ ସରକାରଙ୍କ ଚିନ୍ତା ବଢ଼ିଛି। ଜମ୍ମୁରେ ୩ ଓ କଶ୍ମୀରରେ ୮ ଜଣ ଏଯାଏଁ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏମାନଙ୍କ ସଂସ୍ପର୍ଶରେ ଆସିଥିବା ୫,୧୨୪ ଜଣଙ୍କ ଉପରେ କଡ଼ା ନଜର ରଖିଛନ୍ତି ସରକାରୀ କର୍ତୃପକ୍ଷ।
Comments are closed.