ଆଜି ଉତ୍କଳ ଦିବସ: ୮୫ ବର୍ଷରେ ପାଦ ଥାପିଲା ଓଡ଼ିଶା
ଭୁବନେଶ୍ୱର: ଆଜି ହେଉଛି ଉତ୍କଳ ଦିବସ। ଆଜି ଓଡ଼ିଶା ପ୍ରଦେଶ ୮୫ ବର୍ଷରେ ପାଦ ଥାପିଲା। ବହୁ ସଂଗ୍ରାମ ପରେ ୧୯୩୬ ମସିହା ଆଜିର ଦିନରେ ଅର୍ଥାତ୍ ଏପ୍ରିଲ ୧ ତାରିଖରେ ଗଠନ ହୋଇଥିଲା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ। ଭାଷା ଭିତ୍ତିରେ ଦେଶରେ ପ୍ରଥମ କରି ଏକ ରାଜ୍ୟ ଗଠନ ହୋଇଥିଲା। ତା ଆଗରୁ ଆଧୁନିକ ଭାରତରେ ଓଡ଼ିଆଙ୍କ ସ୍ୱତନ୍ତ୍ର ପରିଚୟ ନ ଥିଲା କହିଲେ ଚଳେ। ବିକ୍ଷିପ୍ତ ଭାବେ ରହିଥିଲା ଓଡ଼ିଆ ଭାଷାଭାଷୀ ଅଞ୍ଚଳ। କହିବାକୁ ଗଲେ ଖଣ୍ଡ ବିଖଣ୍ଡିତ ହୋଇ ପଡ଼ିଥିଲା ଉତ୍କଳ। ପଶ୍ଚିମରେ ସମ୍ବଲପୁର ମଧ୍ୟପ୍ରଦେଶ ସହିତ ମିଶିଥିବା ବେଳେ ଉତ୍ତରରେ ବାଲେଶ୍ୱରରେ ବଙ୍ଗଳାର ପ୍ରଭାବ, କେତେକ ଅଞ୍ଚଳ ବିହାରରେ, ଦକ୍ଷିଣରେ ଗଂଜାମ ମାଡ୍ରାସ୍ ପ୍ରେସିଡେନ୍ସି ଅଧୀନରେ ଥିଲା। ହୀନମାନ୍ୟତାରେ ବଞ୍ଚୁଥିଲେ ଓଡ଼ିଆ।
ତେବେ ଉତ୍କଳ ମଣି ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ବ୍ୟାସ କବି ଫକୀର ମୋହନ ସେନାପତି, ରାଧାନାଥ ରାୟ, ସ୍ୱଭାବ କବି ଗଙ୍ଗାଧର ମେହେର, ଗୌରୀ ଶଙ୍କର ରାୟଙ୍କ ପରି କେତେକ ବରପୁତ୍ର ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ କରିବାକୁ ଆରମ୍ଭ କରିଥିଲେ ସଂଘର୍ଷ।
Comments are closed.