ସଟ୍ ଡାଉନ ସମୟରେ କଣ ରହିଛି କଟକଣା?, ଜାଣନ୍ତୁ
![](https://www.odishalink.com/wp-content/uploads/2020/03/Lockdown-in-Bhubaneswar.jpg)
ଭୁବନେଶ୍ବର: ଆଜି ରାତି ୮ଟାରୁ ରବିବାର ରାତି ୮ଟା ପର୍ଯ୍ୟନ୍ତ ରାଜ୍ୟର ରାଜଧାନୀ ଭୁବନେଶ୍ବର ଓ ଭଦ୍ରକ ଟାଉନ ୪୮ ଘଣ୍ଟା ପାଇଁ ସଟ୍ ଡାଉନ୍। ଅର୍ଥାତ୍ ୨ ଦିନ ପାଇଁ ଏହି ୨ଟି ସହର ସମ୍ପୂର୍ଣ୍ଣ ବନ୍ଦ ରହିବ। ଏନେଇ ଆଜି ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ।
ଏହି ସଟ୍ ଡାଉନ୍ ସମୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ବନ୍ଦ ରହିବ। ସଟ୍ ଡାଉନ୍ ସମୟରେ ସମସ୍ତ ଲକ୍ ଡାଉନ୍ ପାସ୍ ଅବୈଧ। ଜରୁରୀକାଳିନ ସେବା ପାଇଁ କର୍ଫ୍ୟୁ ପାସ୍ କରିବାକୁ ପଡ଼ିବ। ଏହି ସମୟରେ ଯଦି କୌଣସି ବ୍ୟକ୍ତି ଘର ବାହାରକୁ ବାହାରିବ ତେବେ ତାଙ୍କୁ ପୋଲିସ୍ ଉଠାଇ ନେବା ସହ ୧୪ଦିନ ସଙ୍ଗରୋଧରେ ରହିବେ। ଏଥିସହିତ ସେହି ବ୍ୟକ୍ତିଙ୍କ ନାମରେ ମାମଲା ରୁୁଜୁ ହେବା ସହ ଜୋରିମାନା ମଧ୍ୟ ଆଦାୟ କରିବ ପୋଲିସ୍। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସରକାର।
ଅପରପକ୍ଷେ ଅଳ୍ପ କିଛି ମେଡିସିନ ଦୋକାନ ଖୋଲିବ ବୋଲି ସରକାର ସୂଚନା ଦେଇଛନ୍ତି। ଏଥିସହିତ ସଟ୍ ଡାଉନ ସମୟରେ ରାସ୍ତାରେ କେବଳ ମାଲବାହୀ ଗାଡ଼ି ଚଳପ୍ରଚଳ ହେବ ବୋଲି ସୂଚନା ରହିଛି।
Comments are closed.