Odisha Link
Bridging the Missing Links in Odisha

ରାଜ୍ୟର ୫ ଜିଲ୍ଲାକୁ ବ୍ୟାପିଲା କରୋନା, ଭୁନେଶ୍ବରରେ ୧୪ ଜଣ ଆକ୍ରାନ୍ତ

ଭୁବନେଶ୍ବର: ଦୁଇ ସପ୍ତାହ ପୁର୍ବେ ଭୁବନେଶ୍ବରରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ରାଜ୍ୟର ୫ଟି ଜିଲ୍ଲାକୁ ଏହି ଭୂତାଣୁ ବ୍ୟାପି ସାରିଲାଣି। ଆଜି ରାଜ୍ୟରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ସୁଦ୍ଧା ରାଜ୍ୟରେ ୫ ଜଣ ଆକ୍ରାନ୍ତ ଥିଲେ। ଏମାନଙ୍କ ମଧ୍ୟରୁ ଜଣେ ଭଦ୍ରକରେ ଓ ୪ ଜଣ ଭୁବନେଶ୍ବରରେ ଚିହ୍ନଟ ହୋଇଥିଲେ। ଆଜି ଏହି ସଂଖ୍ୟା ୪ଗୁଣା ହୋଇଛି। ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦ ଛୁଇଁଛି।

ବର୍ତ୍ତମାନ ସୁଦ୍ଧା ଖୋର୍ଦ୍ଧା, ପୁରୀ, କଟକ, ଯାଜପୁର ଓ ଭଦ୍ରକ ଏହିପରି ୫ଟି ଜିଲ୍ଲାରେ କରୋନା ଭୂତାଣୁର ସନ୍ଧାନ ମିଳିଛି। ଖୋର୍ଦ୍ଧା ଜିଲ୍ଲାରେ ସମସ୍ତ ୧୪ ଜଣ ରୋଗୀ ଭୁବନେଶ୍ବରରୁ ଚିହ୍ନଟ ହୋଇଛନ୍ତି। ପୂର୍ବରୁ ବୁନେଶ୍ବରରେ ଆକ୍ରାନ୍ତଙ୍କ ସଂଖ୍ୟା ୪ ଥିଲା। ଆଜି ବମିଖାଲରେ ୩ ଜଣ ନୂଆ ରୋଗୀ ଚିହ୍ନଟ ହୋଇଥିବା ବେଳେ ସତ୍ୟନଗରରେ କରୋନା ଆକ୍ରାନ୍ତଙ୍କର ୭ ଜଣ ସମ୍ପର୍କୀୟଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି।

କଟକରେ ଆଜି ସକାଳେ ଜଣେ ରୋଗୀ ଚିହ୍ନଟ ହୋଇଛନ୍ତି। ସେ ନିଜାମୁଦ୍ଦିନ୍‌ ମର୍କାଜ୍‌ରେ ଭାଗନେଇ ଫେରିଥିବା କହିଛନ୍ତି ରାଜ୍ୟ ସରକାର।

ଭଦ୍ରକରେ ଆଗରୁ ଜଣେ ରୋଗି ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୨ ଜଣଙ୍କ ସନ୍ଧାନ ପରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩ରେ ପହଞ୍ଚିଛି। ଅନୁରୂପ ଭାବେ ଆଜି ଯାଜପୁରରେ ଜଣେ ଓ ପୁରୀରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ମୋଟ ୨୦ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ପ୍ରଥମ ଦୁଇଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Comments are closed.