ମାସ୍କ କିମ୍ୱା ରୁମାଲ୍ ନବାନ୍ଧିଲେ ଗଣିବେ ତଣ୍ଡ

ବ୍ରହ୍ମପୁର: ମହାମାରୀ କରୋନା ଭାଇରସର ମୁକାବିଲା ପାଇଁ ଗଂଜାମ ଜିଲ୍ଲା ପ୍ରଶାସନ କଡ଼ା ପଦକ୍ଷେପ ନେଇଛି। ମାସ୍କ କିମ୍ୱା ରୁମାଲ୍ ନପିନ୍ଧିଲେ ଗଣିବାକୁ ପଡ଼ିବ ଜୋରିମାନା। ଏପରିକି ବିନା କାରଣରେ ବାହାରେ ବୁଲିଲେ କ୍ୱାରେଣ୍ଟାଇନ୍ ରଖାଯିବ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି। ଏ ନେଇ ଜିଲ୍ଲା ପ୍ରଶାସନ ତରଫରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।
ଏଥିରେ କୁହାଯାଇଛି ଯେ, ଏଣିକି ଗଂଜାମର ଲୋକଙ୍କୁ ବାଧ୍ୟତାମୂଳକ ଭାବେ ମାସ୍କ ପିନ୍ଧିବାକୁ ପଡ଼ିବ। ଘରୁ ବାହାରକୁ ବାହାରିଲେ ଲୋକଙ୍କ ମାସ୍କ ପିନ୍ଧିବାକୁ ପଡ଼ିବ ବୋଲି ଜିଲ୍ଲାପାଳ ବିଜୟା ଅମୃତ କୁଲାଙ୍ଗେ ଟୁଇଟ ଯୋଗେ ଏହି ସୂଚନା ଦେଇଛନ୍ତି।
If anyone is coming outside without Mask , then will be penalised with Rs1000 in urban area and Rs 500 in rural area. Use cotton clothes mask, Rumal, or scarf to cover nose and mouth. #fightagainstcorona @CMO_Odisha @HFWOdisha
— Collector & District Magistrate, Ganjam (@Ganjam_Admin) April 5, 2020
ଜିଲ୍ଲାପାଳ ଟୁଇଟରେ କହିଛନ୍ତି, ସହରାଞ୍ଚଳର ଲୋକେ ମାସ୍କ ନପିନ୍ଧିଲେ ୧୦୦୦ ଟଙ୍କା ଜରିମାନା ଦେବେ। ସେହିପରି ଗ୍ରାମାଞ୍ଚଳରେ ମଧ୍ୟ ଲୋକେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ଗ୍ରାମାଞ୍ଚଳରେ ଯେଉଁ ଲୋକ ମାସ୍କ ନପିନ୍ଧି ବାହାରକୁ ବାହାରିବେ ତାଙ୍କୁ ୫୦୦ ଟଙ୍କା ଜରିମାନା ହେବ। ଏଥି ସହିତ କୁହାଯାଇଛି ଯେ, ଯେଉଁମାନଙ୍କ ପାଖରେ ମାସ୍କ ନଥିବ, ସେମାନେ ମୁହଁରେ କପଡ଼ା ଅଥବା ରୁମାଲ ବାନ୍ଧି ପାରିବେ।
ସୂଚନାଥାଉକି, ଗଂଜାମରେ ଗତକାଲି ଠାରୁ ସଟଡାଉନ ଜାରି ହୋଇଛି। ଏହା ପ୍ରତ୍ୟେକ ଦିନ ମଧ୍ୟାହ୍ନ ୧୨ଟା ଠାରୁ ତା ପରଦିନ ସକାଳ ୭ଟା ପର୍ଯ୍ୟନ୍ତ ବଳବତ୍ତର ହିବ। ସକାଳ ୭ଟାରୁ ୧୨ ଟା ମଧ୍ୟରେ ଲୋକେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ଦୋନାକକୁ ଯାଇପାରିବେ।
Comments are closed.