ଭଲ ଖବର: ସୁସ୍ଥ ହେଲେ କଳାହାଣ୍ଡିର କରୋନା ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ୟ ପାଇଁ ଭଲ ଖବର। ରାଜ୍ୟରେ ପୁଣି ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। କଳାହାଣ୍ଡି ଜିଲ୍ଲାର ମୋଟ ୨ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ସୁସ୍ଥ ଏବଂ ଆଉ ଜଣଙ୍କର ଚିକିତ୍ସା ଚାଲିଛି। କଳାହାଣ୍ଡିର କରୋନା ଆକ୍ରାନ୍ତଙ୍କ ନମୁନା ପରୀକ୍ଷା ପରେ ନେଗେଟିଭ ଆସିଥିବା ସ୍ପଷ୍ଟ କଲା ସ୍ୱାସ୍ଥ୍ୟ ବିଭାଗ।। ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କୁ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଶୁଭେଚ୍ଛା ଜଣାଇଛି।
Happy to share that one Covid positive case of Kalahandi district, presently at Ashwini Covid hospital, Cuttack, has recovered and tested negative for COVID-19. Our best wishes to him.
— H & FW Dept Odisha (@HFWOdisha) April 12, 2020
ତେବେ ସୁସ୍ଥ ହୋଇଥିବା କଳାହାଣ୍ଡିର ଆକ୍ରାନ୍ତ କଟକ ଅଶ୍ୱିନୀ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। କଳାହାଣ୍ଡି ଆକ୍ରାନ୍ତ ସୁସ୍ଥ ହେବା ପରେ ଏବେ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୧୩ରେ ପହଞ୍ଚିଛି। ଅପରପକ୍ଷେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ ଜଣ ଏବେ ବି ବିଭିନ୍ନ କୋଭିଡ୍ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।
Comments are closed.