କରୋନା ମୁକାବିଲା: ଦେଶବାସୀଙ୍କୁ କେତେଥର ସମ୍ବୋଧିତ କରି କ’ଣ କହିଛନ୍ତି ମୋଦି?, ଜାଣନ୍ତୁ

ନୂଆଦିଲ୍ଲୀ: ଆଜି ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଡ଼ ଘୋଷଣା କରିଛନ୍ତି। ଲକ୍ଡାଉନ୍ ଅବଧିକୁ ପୁଣି ବୃଦ୍ଧି କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏନେଇ ଆଜି ପ୍ରଧାନମନ୍ତ୍ରୀ ଭିଡିଓ ବାର୍ତ୍ତା ଦ୍ବାରା ଘୋଷଣା କରିଛନ୍ତି। ଦେଶରେ ଗତ ମାର୍ଚ୍ଚ ୨୫ରୁ ଲାଗୁ ହୋଇଥିବା ଲକଡାଉନକୁ ମେ ୩ ଯାଏଁ ବୃଦ୍ଧି କରାଯାଇଥିବା ସେ କହିଛନ୍ତି। ଦେଶବାସୀଙ୍କ ହିତକୁ ଦେଖି ଏହି ନିଷ୍ପତ୍ତି ନିଆଯାଇଥିବା ମୋଦି କହିଛନ୍ତି। ତେବେ କରୋନା ମୁକାବିଲା ପାଇଁ ଆଜିକୁ ମିଶାଇ ୪ ଥର ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।
ତେବେ ଆସନ୍ତୁ ଜାଣିବା ପ୍ରଧାନମନ୍ତ୍ରୀ ସମ୍ବୋଧନ କରିଥିବା ସମୟ ସମ୍ପର୍କରେ
ପ୍ରଥମ ସମ୍ବୋଧନ: ୧୯ ମାର୍ଚ୍ଚରେ ପ୍ରଧାନମନ୍ତ୍ରୀ ଦେଶକୁ ସମ୍ବୋଧିତ କରି ୨୨ ମାର୍ଚ୍ଚରେ ଜନତା କର୍ଫ୍ୟୁ ଲାଗୁ କରିବା ବିଷୟରେ କହିଥିଲେ। ଏହି ଦିନ ସାରା ଦେଶରେ ସବୁକିଛି ବନ୍ଦ ରହିଲା। ସନ୍ଧ୍ୟାରେ ଲୋକମାନେ କରୋନା ଯୋଦ୍ଧା ମାନଙ୍କୁ ଘଣ୍ଟ ବଜାଇ ଧନ୍ୟବାଦ ସହ ନିଜର ସମର୍ଥନ ଜଣାଇଥିଲେ।
ଦ୍ୱିତୀୟ ସମ୍ବୋଧନ: ୨୪ ମାର୍ଚ୍ଚରେ ପ୍ରଧାନମନ୍ତ୍ରୀ ମୋଦି ଦ୍ୱିତୀୟ ଥର ପାଇଁ ସମ୍ବୋଧିତ କରି କରୋନା ସଂକ୍ରମଣକୁ ରୋକିବା ପାଇଁ ୨୫ ମାର୍ଚ୍ଚରୁ ୧୪ ଏପ୍ରିଲ ପର୍ଯ୍ୟନ୍ତ ଦେଶବ୍ୟାପୀ ଲକ୍ଡାଉନ୍ ଘୋଷଣା କରିଥିଲେ। ସେ କହିଥିଲେ ଯେ କରୋନା ଶୃଙ୍ଖଳା ଭାଙ୍ଗିବା ପାଇଁ ଲୋକମାନେ କିଛି ଲକ୍ଷ୍ମଣ ରେଖାଙ୍କୁ ଅନୁସରଣ କରିବା ଉଚିତ୍।
ତୃତୀୟ ସମ୍ବୋଧନ: ପ୍ରଧାନମନ୍ତ୍ରୀ ମୋଦି ୩ ଅପ୍ରେଲରେ ଏକ ଭିଡିଓ ବାର୍ତ୍ତା ପ୍ରକାଶ କରିଛନ୍ତି। ଏଥିରେ, ଅପ୍ରିଲ ୫ ତାରିଖ ରାତି ୯ଟା ସମୟରେ ଦୀପ, ମହମବତୀ ଏବଂ ମୋବାଇଲ ଲାଇଟର ଆଲୋକ ୯ ମିନିଟ ଧରି ଏକତା ପ୍ରଦର୍ଶନ କରିବାକୁ ଲୋକଙ୍କୁ ନିବେଦନ କରାଯାଇଥିଲା। ଆଜିର ସମ୍ବୋଧନରେ ସେ ଲକଡାଉନ୍ ବୃଦ୍ଧି ବାବଦରେ କହିଛନ୍ତି ।
ଚତୁର୍ଥ ସମ୍ବୋଧନ: ମେ ୩ ଯାଏ ଲକଡାଉନ୍ ବୃଦ୍ଧି
Comments are closed.