ନୟାଗଡ଼: ଲକ୍ଡାଉନ୍ ସମୟରେ ପ୍ରାଣନେଲା ଟିକ୍ଟକ୍

ନୟାଗଡ଼: ବର୍ତ୍ତମାନ ସମୟରେ ଟିକ୍ଟକ୍ ନିଶାରେ ଯୁବପିଢ଼ୀ। ଟିକ୍ଟକ୍ ଭିଡିଓ ନିଶା ପାଇଁ ଅନେକଙ୍କ ମୃତ୍ୟୁ ହେଲାଣି ହେଲେ ଯୁବପିଢୀ ସଜାଗ ହେଉନାହାନ୍ତି। ଏବେ ସାରା ଦେଶ ଲକ୍ଡାଉନ୍। ଏଭଳି ସମୟରେ ନୟାଗଡ଼ ଜିଲ୍ଲାରୁ ଆସିଲା ଲୋମଟାଙ୍କୁରା ଘଟଣା। ଟିକଟକ୍ କରିବା ନିଶା ନେଇଗଲା ଜୀବନ। ଯାହାକୁ ନେଇ ନୟାଗଡ଼ ସହରରେ ଚାଞ୍ଚଲ୍ୟ ଖେଳିଯାଇଛି।
ନୟାଗଡ଼ ସହର ନିକଟସ୍ଥ ସରସ୍ୱତୀ ଶିଶୁମନ୍ଦିର ନିକଟରେ ରହୁଥିବା ଆନନ୍ଦ ଚନ୍ଦ୍ର ସାହୁଙ୍କ ଦଶମ ଶ୍ରେଣୀରେ ପଢୁଥିବା ପୁଅ ପ୍ରେମାନନ୍ଦ ଗତକାଲି ନିଜ ଘରୁ ବାହାରିଆସି ଲେଙ୍କୁଡିପଡ଼ା ନିକଟସ୍ଥ ସାଇ ବିହାର ସମ୍ପର୍କିୟ ଲକ୍ଷ୍ମିପ୍ରିୟା ବେହେରାଙ୍କ ଘରକୁ ଆସିଥିଲେ। ନିଜ ମୋବାଇଲ୍ ଚାର୍ଜ ବସାଇ ସମ୍ପର୍କିୟଙ୍କ ମୋବାଇଲରେ ଘରଭିତରୁ କବାଟ ଦେଇ ଏକ ଫ୍ୟାନ୍ରେ ନିଜ ବେକରେ ଲୁଗା ବାନ୍ଧି କିପରି ଟିକ୍ଟକ୍ କରୁଥିଲେ ଏବଂ ଶେଷରେ ଜୀବନ ଦେବାକୁ ପଡିଲା ଏହା ସମସ୍ତଙ୍କୁ ଚକିତ କରିଛି।
ସମ୍ପର୍କିୟ ଜଣକ କବାଟ ବାଡେଇଥିଲେ ମଧ୍ୟ କବାଟ ଖୋଲିନଥିଲେ। ପ୍ରେମନନ୍ଦଙ୍କ ପରିବାର ଆସି ପହଞ୍ଚିବା ପରେ ବହୁ କଷ୍ଟରେ କବାଟ ଖୋଲିଥିଲେ ଏବଂ ବେକରେ ଲାଗିଥିବା ଲୁଗାକୁ ଖୋଲିଥିଲେ। ସେତେବେଳକୁ ଜୀବନ ଚାଲିଯାଇଥିଲା। ଏହାପରେ ଡାକ୍ତରଖାନାକୁ ପ୍ରେମାନନ୍ଦକୁ ଆଣିଥିଲେ। ନୟାଗଡ଼ ଟାଉନ୍ଥାନା ପୋଲିସ୍ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିବା ବେଳେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।
Comments are closed.