କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ: ୩ ଯବାନ ଶହୀଦ, ୨ ଆହତ

ଶ୍ରୀନଗର: ଆତଙ୍କବାଦୀଙ୍କ ଆକ୍ରମଣରେ ଏକ ଅର୍ଧସାମରିକ ବାହିନୀ କ୍ୟାମ୍ପରେ ୩ ଜଣ ଯବାନଙ୍କ ଜୀବନ ଯାଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ଶନିବାର ସଂଧ୍ୟାରେ ସୋପର ଅଞ୍ଚଳରେ ଏହି ଆକ୍ରମଣ ଘଟିଛି। ଏକ ବାଇକ୍ରେ ଦୁଇ ବନ୍ଧୁକଧାରୀ ଆତଙ୍କବାଦୀ ଆସି କ୍ୟାମ୍ପ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ।
ବାରମୁଳା ଜିଲ୍ଲା ସୋପର ଠାରେ ଥିବା କେନ୍ଦ୍ରୀୟ ରିଜର୍ବ ପୁଲିସ ବଳ (ସିଆରପିଏଫ୍) କ୍ୟାମ୍ପ ଉପରେ ଏହି ଆକ୍ରମଣ ହୋଇଛି। ଘଟଣା ପରେ ଦୁର୍ବୃତ୍ତମାନେ ବାଇକରେ ଦ୍ରୁତ ବେଗରେ ଖସି ଯାଇଥିବା ବେଳେ ସେମାନଙ୍କ ସନ୍ଧାନ ଜାରି ରହିଛି। ଏ ଆକ୍ରମଣ ପଛରେ ହାତ ଥିବା ନେଇ ଏଯାବତ କୌଣସି ଆତଙ୍କବାଦୀ ସଂଗଠନ ଦାବି କରିନାହାନ୍ତି।
Comments are closed.