କାଲି ଦେଶର ସମସ୍ତ ସରପଞ୍ଚଙ୍କ ସହ କଥା ହେବେ ମୋଦି

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସର ମୁକାବିଲା କରିବା ପାଇଁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର। ଏପରିକି ୩ ମେ’ ପର୍ଯ୍ୟନ୍ତ ସାରା ଦେଶ ଲକ୍ଡାଉନ୍ ଘୋଷଣା କରାଯାଇଛି। ଏହାରି ମଧ୍ୟରେ ଆଉଥରେ ରାଜ୍ୟର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହିତ କଥାହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କରୋନା ମୁକାବିଲା ମଧ୍ୟରେ ଆସନ୍ତା ୨୭ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ। ଭିଡିଓ କନଫରେନ୍ସିଂ ଜରିଆରେ ଏହି ଆଲୋଚନା ହେବ।
ଏହା ପୂର୍ବରୁ ଆସନ୍ତାକାଲି ଦେଶର ସମସ୍ତ ସରପଞ୍ଚଙ୍କ ସହିତ କଥା ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏନେଇ ନିଜେ ଟୁଇଟ କରିଛନ୍ତି ପ୍ରଧାନମନ୍ତ୍ରୀ। ସେ କହିଛନ୍ତି ଯେ, ଏପ୍ରିଲ ୨୪ ରାଷ୍ଟ୍ରୀୟ ପଞ୍ଚାୟତ ରାଜ ଦିବସ ଅବସରରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦେଶର ସମସ୍ତ ସରପଥଙ୍କ ସହିତ ଆଲୋଚନା କରିବି। ଏହି ଆଲୋଚନାର ଅପେକ୍ଷାରା ରହିଲି। ଏଭଳି କିଛି କହିଚନ୍ତି ପ୍ରଧାମନ୍ତ୍ରୀ ମୋଦି।
ଏଥିସହିତ ଆସନ୍ତାକାଲି ଭିଡିଓ କନଫରେନ୍ସିଂ ଜରିଆରେ e-GramSwaraj ପୋର୍ଟାଲ ଓ ମୋବାଇଲ ଆପ୍ ଲଞ୍ଚ କରାଯିବ ବୋଲି ମୋଦି ଟୁଇଟ କରି କହିଛନ୍ତି।
24 अप्रैल, शुक्रवार को राष्ट्रीय पंचायती राज दिवस के अवसर पर वीडियो कॉन्फ्रेंसिंग के जरिए मैं देशभर के सरपंचों के साथ संवाद करूंगा। मुझे इस बातचीत की प्रतीक्षा रहेगी। https://t.co/9BmGcNsEAH
— Narendra Modi (@narendramodi) April 22, 2020
ସୂଚନାଥାଉକି, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ରାଜ୍ୟର ସମସ୍ତ ସରପଞ୍ଚଙ୍କ ସହିତ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରି ଶପଥ ପାଠ କରାଇଥିଲେ। କିଛିଦିନ ତଳେ ଓଡ଼ିଶା ସରକାର ଏହି ମହାମାରୀର ମୁକାବିଲା ପାଇଁ ସମସ୍ତ ସରପଞ୍ଚ ମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରିଥିଲେ।
Comments are closed.