Odisha Link
Bridging the Missing Links in Odisha

କରୋନା: ଯାଜପୁରରେ ଆଉ ୫ ଆକ୍ରାନ୍ତ ଚିହ୍ନଟ, ରାଜ୍ୟରେ ମୋଟ ୯୯

ଭୁବନେଶ୍ବର: ରାଜ୍ୟରେ ଆଜି ପୁଣି ୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମସ୍ତ ଆକ୍ରାନ୍ତ ଯାଜପୁର ଜିଲ୍ଲାର ବୋଲି ଟୁଇଟ ଯୋଗେ ସୂଚନା ଦେଇଛି ଯାଜପୁର ଜିଲ୍ଲା ପ୍ରଶାସନ। ଏହି ନୂଆ ୫ ଆକ୍ରାନ୍ତଙ୍କୁ ମିଶାଇ ଯାଜପୁର ଜିଳ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭ରେ ପହଁଞ୍ଚିଛି। ଏଥିସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୯ରେ ପହଁଞ୍ଚିଛି।

ଆଜି ଚିହ୍ନଟ ହୋଇଥିବା ୫ ନୂଆ ଆକ୍ରାନ୍ତଙ୍କ କଲୋକାତା ଲିଙ୍କ ରହିଥିବା ନେଇ ସୂଚନା ରହିଛି। ଦଶରଥପୁର କଟିକଟା ଗାଁର ୪ ଜଣ ଆକ୍ରାନ୍ତ ଥିବା ବେଳେ ମଲ୍ଲିକାପୁର ଗାଁର ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବେ ସୂଚନା ରହିଛି। ବର୍ତ୍ତମାନ ସମୟରେ ଯାଜପୁର, ବାଲେଶ୍ଵର ଓ ଭଦ୍ରକ ଜିଲ୍ଲା ସରକାରଙ୍କ ପାଇଁ ଚିନ୍ତା ବଢ଼ାଇଲାଣି।

https://twitter.com/JajpurAdmn/status/1254089954952503296

ରାଜ୍ୟରେ ବର୍ତ୍ତମାନ ୯୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେ ମଧ୍ୟରୁ ଜଣେ ଆକ୍ରାନ୍ତ ମୃତ୍ୟୁ କରିଥିବା ବେଳେ ୩୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଅପରପକ୍ଷେ ୬୪ ଜଣ ଆକ୍ରାନ୍ତ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ଅପରପକ୍ଷେ, ଆଜି ସୁନ୍ଦରଗଡରେ ଜଣେ ଆକ୍ରାନ୍ତ ସୁସ୍ଥ ହେବା ପରେ ବର୍ତ୍ତମାନ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୩୪ରେ ପହଞ୍ଚିଛି। ରାଜ୍ୟର ମୋଟ ୧୦ ଜିଲ୍ଲାରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ୫ ଜିଲ୍ଲା ପୂରା କରୋନା ମୁକ୍ତ ଅଛି। ପୁରୀ, କଟକ, ଢେଙ୍କାନାଳ, କଳାହାଣ୍ଡି ଓ ସୁନ୍ଦରଗଡ କରୋନା କବଳରୁ ମୁକ୍ତ ହୋଇଛି।

 

Comments are closed.