Odisha Link
Bridging the Missing Links in Odisha

କରୋନା: ଆଉ ୨ ଆକ୍ରାନ୍ତ ଚିହ୍ନଟ, ରାଜ୍ୟରେ ମୋଟ ୧୧୦

ଭୁବନେଶ୍ବର: ରାଜ୍ୟରେ ପୁଣି ଆଉ ୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୦ରେ ପହଁଞ୍ଚିଛି। ପ୍ରଥମଥର ପାଇଁ କୋରାପୁଟ ଜିଲ୍ଲାରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କୋରାପୁଟ ଜିଲ୍ଲାର ଦଶମନ୍ତପୁରର ୨୨ ବର୍ଷିୟ ଜଣେ ସ୍ବାସ୍ଥ୍ୟକର୍ମୀ କରୋନା ରୋଗରେ ଆକ୍ରାନ୍ତ ହୋଇଥିବା ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ।  ଏହାଫଳରେ ପ୍ରଥମ ଥର ପାଇଁ ରାଜ୍ୟରେ ଜଣେ ସ୍ବାସ୍ଥ୍ୟକର୍ମୀ କରୋନ ଆକ୍ରାନ୍ତ ହୋଇଛନ୍ତି।

ଏଥିସହିତ ବାଲେଶ୍ବର ଜିଲ୍ଲାରୁ ଆଉ ଜଣେ ୩୨ ବର୍ଷୀୟ ପୁରୁଷ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେ ପଶ୍ଚିମବଙ୍ଗ ଫେରନ୍ତା ବୋଲି ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ।

ରାଜ୍ୟରେ ବର୍ତ୍ତମାନ ୧୧୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୭ଜଣ ସୁସ୍ଥ ହେବା ସହ ଜଣଙ୍କର ମୃତ୍ୟୁ ହୋଇଛି। ଏବେ ରାଜ୍ୟରେ ୭୨ଜଣ କରୋନା ରୋଗୀ ବିଭିନ୍ନ କୋଭହିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Comments are closed.