ସୁସ୍ଥ ହେଲେ ଆଉ ଜଣେ କରୋନା ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ୟରେ ଆଜି ପୁଣି ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଯାହା ରାଜ୍ୟ ପାଇଁ ଭଲ ଖବର। ସୁସ୍ଥ ବ୍ୟକ୍ତି ଜଣକ ଭୁବନେଶ୍ବର ଅଞ୍ଚଳର ବୋଲି ସ୍ପଷ୍ଟ କରିଛି ରାଜ୍ୟ ସ୍ବାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ। ଫଳରେ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୩୮କୁ ବୃଦ୍ଧି ପାଇଛି।
ରାଜ୍ୟରେ ବର୍ତ୍ତମାନ ୧୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାରି ମଧ୍ୟରୁ ୩୮ ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି। ଅପରପକ୍ଷେ ୭୯ ଜଣ ଆକ୍ରାନ୍ତ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
One more Covid patient of Bhubaneswar has recovered and tested negative for #COVID19. He is being discharged.
The total recovered cases in the State are now 38. #OdishaFightsCorona
— H & FW Dept Odisha (@HFWOdisha) April 28, 2020
Comments are closed.