ରେଡ୍ ଜୋନ୍ରେ ଗଞ୍ଜାମ ଜିଲ୍ଲା
ଭୁବନେଶ୍ବର: ଜିଲ୍ଲାରେ ୨୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଆଜି ଗଞ୍ଜାମକୁ ରେଡ୍ ଜୋନ୍ ଭାବେ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଗତ ସପ୍ତାହେ ହେଲା ସୁରତରୁ ଗଞ୍ଜମ ଓ ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳକୁ ଓଡ଼ିଆମାନେ ପ୍ରତ୍ୟାବର୍ତ୍ତନ କରୁଥିବା ବେଳେ ରାଜ୍ୟରେ ୫ ଦିନ ଭିତରେ ୨୯ ଜଣ ସୁରତ ଫେରନ୍ତା କରୋନା ଆକ୍ରାନ୍ତ ବୋଲି ଜଣାପଡ଼ିଛି। ଏମାନଙ୍କ ମଧ୍ୟରେ କାୟେବଳ ଗଞ୍ଜାମ ଜିଲ୍ଲାରୁ ୨୧ ଜଣ ଅଛନ୍ତି। ତେଣୁ ସରକାର ଆଜି ଗଞ୍ଜାମ ଜିଲ୍ଲାକୁ ରେଡ୍ ଜୋନ୍ ଭାବେ ଘୋଷଣା କରିଛନ୍ତି। ସେହିପରି ମୟୁରଭଞ୍ଜ ଓ ଜଗତସିଂହପୁରକୁ ଅରେଞ୍ଜ୍ ଜୋନ୍ ଘୋଷଣା କରାଯାଇଛି।
ଗଞ୍ଜାମରେ ମେ’ ୩ ତାରିଖରେ ପ୍ରଥମେ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫ ତାରିଖରେ ଜଣେ, ୬ ତାରିଖରେ ଜଣେ ଓ ଆଜି ଏକକାଳୀନ ୧୭ ଜଣ ଚିହ୍ନଟ ହୋଇଛନ୍ତି। କଟକରୁ ଜଣେ, ମୟୁରଭଞ୍ଜରେ ୩ ଜଣ ଓ ଜଗତସିଂହପୁର ଜିଲ୍ଲାରେ ୪ ଜଣ ସୁରତ ଫେରନ୍ତା କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏମାନେ ସମସ୍ତେ ସଙ୍ଗରୋଧ କେନ୍ଦ୍ରରେ ରହୁଥିଲେ।
Comments are closed.