ସମୁଦ୍ର ସେତୁ ମିଶନ: ବିଦେଶରୁ ଫେରିଲେ ପ୍ରବାସୀ ଭାରତୀୟ
କୋଚି: ମହାମାରୀ କରୋନା ଭାଇରସକୁ ନେଇ ସମଗ୍ର ବିଶ୍ବ ଚିନ୍ତାରେ। ଅପରପଧେ ଭାରତରେ ଦିନକୁ ଦିନ କରେୋନା ଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହି ମହାମାରୀ ପାଇଁ ଅନେକ ଭାରତୀୟ ଦେଶ ବିଦେଶରେ ଫଶି ରହିଛନ୍ତି। ଏହାରି ମଧ୍ୟରେ ପ୍ରବାସୀ ଭାରତୀୟଙ୍କୁ ଭାରତ ଫେରେଇବା ଆଣିବା ପାଇଁ କେନ୍ଦ୍ର ସରକାର ବନ୍ଦେ ଭାରତ ମିଶନ୍ ଓ ସମୁଦ୍ର ସେତୁ ମିଶନ୍ ଆରମ୍ଭ କରିଥିଲେ।
ଏହି ପ୍ରରିପେକ୍ଷୀରେ ମାଲଦ୍ୱୀପରେ ଫସି ରହିଥିବା ଭାରତୀୟ ନାଗରିକଙ୍କୁ ସ୍ଥାନାନ୍ତର କରିବା ପାଇଁ ଆଇଏନ୍ଏସ୍(INS)ଜାହାଜ ଗୁରୁବାର ଦିନ ସେଠାରେ ପହଞ୍ଚିଥିଲା। ଏହାପରେ ଏହି ନୌସେନା ଜାହାଜ ରବିବାର ସକାଳେ କୋଚି ବନ୍ଦରରେ ପହଞ୍ଚିଥିଲା। ଏହି ଜାହାଜ ଦ୍ୱାରା ୬୯୮ ଜଣ ଭାରତୀୟଙ୍କୁ ଦେଶକୁ ଫେରାଇ ଅଣାଯାଇଛି। ସେମାନଙ୍କ ମଧ୍ୟରୁ ୧୯ ଜଣ ଗର୍ଭବତୀ ମହିଳା ଥିବା ସୂଚନା ମିଳିଛି।
ଗତ ଶୁକ୍ରବାର ଦିନ ଏକ ବିବୃତ୍ତିରେ ଭାରତୀୟ ନୌସେନା କହିଛି ଯେ INS ଜାହାଜ ଭାରତୀୟ ନୌସେନା ଦ୍ୱାରା ବିଦେଶୀ ଉପକୂଳରୁ ସାଧାରଣ ନାଗରିକଙ୍କୁ ଘରକୁ ଆଣିବା ପାଇଁ ଆରମ୍ଭ ହୋଇଥିବା ମିଶନର ଏକ ଅଂଶ। ଏହି ରିସୋର୍ଟରେ କାର୍ଯ୍ୟ କରୁଥିବା ପାଲକ୍କଡର ପ୍ରଦିପ କହିଛନ୍ତି ଯେ ଏହା ଏକ ବଡ଼ କଥା ଯେ ହାଇ କମିଶନ ଆମ ପାଇଁ ଏହି ବ୍ୟବସ୍ଥା କରିଥିବା ଯୋଗୁ ଆମର ଏପର୍ଯ୍ୟନ୍ତ କୌଣସି ଅସୁବିଧା ହୋଇନାହିଁ। ଆମେ ସଠିକ୍ ନିର୍ଦ୍ଦେଶାବଳୀ ସହିତ ସମସ୍ତ ଜିନିଷ ପାଇଲୁ, ସମସ୍ତ ବ୍ୟବସ୍ଥା ହାଇ କମିଶନଙ୍କ ଦ୍ୱାରା କରାଯାଇଛି।
ସୂଚନାଯୋଗ୍ୟ ଯେ INS ଜାହାଜରେ ରିଲିଫ୍ ସାମଗ୍ରୀର ସମ୍ପୂର୍ଣ୍ଣ ବ୍ୟବସ୍ଥା, କୋଭିଡ୍ -୧୯ ସୁରକ୍ଷା ଉପକରଣ ସମ୍ପୂର୍ଣ୍ଣ ବ୍ୟବସ୍ଥା କରାଯାଇଥିଲା। ଏହା ସହିତ ଜାହାଜରେ ଡାକ୍ତରୀଟିମ୍ ଏବଂ ପ୍ରଶାସନିକ ସହାୟତା କର୍ମଚାରୀମାନେ ମଧ୍ୟ ସହାୟତା ପାଇଁ ଉପସ୍ଥିତ ଥିଲେ। କରୋନା ଭାଇରସ୍ ମହାମାରୀ ଯୋଗୁ ବିଦେଶରେ ଫସି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ବନ୍ଦେ ଭାରତ ମିଶନ୍ ନାମକ ସର୍ବ ବୃହତ ଅଭିଯାନ ଆରମ୍ଭ କରିଛି।
#SamudraSetuMission #MoDAgainstCorona #bringhomeexpats
As #Kochi eagerly awaits their arrival, #INSJalashwa @indiannavy entering the scenic Ernakulam channel with 698 Indians from Maldives.@SpokespersonMoD @rajnathsingh @MOS_MEA @HCIMaldives @mygovindia pic.twitter.com/kk5rZyWMwf— PRO Defence Kochi (@DefencePROkochi) May 10, 2020
Comments are closed.